ନିଉ ମେକ୍ସିକୋରେ ବୁଲାଗାଈଙ୍କୁ ନିପାତ କରିବା ଲାଗି ହେଲିକପ୍ଟର୍‌ରେ ‘ସୁଟର୍‌’ ମୁତୟନ କଲା ଆମେରିକା

add-all

ନିଉ ମେକ୍ସିକୋ: ବୁଲା ଗାଈଙ୍କୁ ଖୋଜି ଖୋଜି ମାରିବା ଲାଗି ଆଗାମୀ ସପ୍ତାହରେ ଦକ୍ଷିଣପଶ୍ଚିମ ନିଉ ମେକ୍ସିକୋର ବିସ୍ତୃତ ‘ଜିଲା ଅରଣ୍ୟାଞ୍ଚଳ’ ଆକାଶରେ ‘ସୁଟର୍‌’ (ବନ୍ଧୁକଧାରୀ) ଥିବା ହେଲିକପ୍ଟର୍‌ ଚକ୍କର୍‌ କାଟିବ।
ଯୁକ୍ତରାଷ୍ଟ୍ର ଆମେରିକାର ‘ଫରେଷ୍ଟ୍‌ ସର୍ଭିସ୍’ ମ୍ୟାନେଜର୍‌ମାନେ ଗୁରୁବାର ଦିନ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି। ଏ ଅଞ୍ଚଳରେ ଥିବା ଝର ଓ ନଦୀ ସବୁ ପ୍ରାୟ ୧୫୦ ବୁଲା ଗୋରୁଙ୍କ ଖୁରା ଓ ଥୋମଣିଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଇ ପରିବେଶକର୍ମୀମାନେ ଚିନ୍ତା ପ୍ରକଟ କରି ଚାପ ପକାଇବାରୁ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସେଥିପାଇଁ, ସୋମବାରଠାରୁ ‘ଜିଲା ଅରଣ୍ୟାଞ୍ଚଳ’କୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ କରାଯିବ। ଗୁରୁବାରଠାରୁ ଆରମ୍ଭ କରି ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ‘ସୁଟର୍‌’ମାନଙ୍କୁ ବସାଇ ଗୋଟାଏ ହେଲିକପ୍ଟର୍‌ ସେ ଅଞ୍ଚଳରେ ବୁଲୁଥିବା ଗୋରୁମାନଙ୍କୁ ଠାବ କରିବା ପରେ ସେମାନଙ୍କୁ ଗୁଳି ମାରି ହତ୍ୟା କରାଯିବ।
ଫରେଷ୍ଟ୍‌ ସୁପରଭାଇଜର୍‌ କ୍ୟାମିଲି ହାୱେସ୍‌ କହିଛନ୍ତି, ନିଷ୍ପତ୍ତି କଠିନ ହେଲେ ବି ଜରୁରୀ। କାରଣ ବୁଲା ଗୋରୁମାନେ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରୁଛନ୍ତି, ବର୍ଷତମାମ ସେ ଅଞ୍ଚଳରେ ଚରାବୁଲା କରି ଝରଣା ଓ ନଈକୂଳକୁ ଖୁରାରେ ମାଡ଼ି ନଷ୍ଟ କରି ପକାଉଛନ୍ତି। ଫଳରେ ମୃତ୍ତିକାକ୍ଷୟ ହେବା ସହ ପରିବେଶ ନଷ୍ଟ ହେଉଛି।

ad-week
Leave A Reply

Your email address will not be published.