ବିଶ୍ବରେ ପରମାଣୁ ଯୁଦ୍ଧର କଳାବାଦଲ : ଆମେରିକା ସହ ଥିବା ପରମାଣୁ ଚୁକ୍ତିରୁ ଓହରିଲା ରୁଷ୍…

add-all

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବର ଦୁଇ ମହାଶକ୍ତି ରୁଷ ଓ ଆମେରିକା ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଯାଇଛନ୍ତି । ସୋମବାରଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବାର ଦିନକ ପରେ ରୁଷ ତାହାର ପ୍ରତିକ୍ରିୟା ଦେଇଛି । ରୁଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର ପରମାଣୁ ଚୁକ୍ତିକୁ ସ୍ଥଗିତ କରିଦିଆଯାଇଛି । ଏହା ଫଳରେ ବିଶ୍ବରେ ପରମାଣୁ ଅସ୍ତ୍ର ପ୍ରତିଯୋଗିତା ଆହୁରି ବଢିବା ଆଶଙ୍କା ସୃଷ୍ଟି ହୋଇଛି ।
ପରମାଣୁ ଚୁକ୍ତିକୁ ସ୍ଥଗିତ କରିବା ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଘୋଷଣା କରିଛନ୍ତି । ୟୁକ୍ରେନ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ରୁଷିଆ ସଂସଦରେ ନିଜର ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେବା ପରେ ପୁଟିନ୍ ସାଂସଦମାନଙ୍କୁ କହିଛନ୍ତି, “ମୁଁ ଆଜି ଘୋଷଣା କରିବାକୁ ବାଧ୍ୟ ହୋଇଛି ଯେ ରୁଷିଆ ରଣନୈତିକ ଅସ୍ତ୍ରଶସ୍ତ୍ର ଚୁକ୍ତିରେ ନିଜର ଅଂଶଗ୍ରହଣକୁ ସ୍ଥଗିତ ରଖିଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ଚୁକ୍ତିକୁ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ଏହି ଚୁକ୍ତି ମାଧ୍ୟମରେ ଆମେରିକା ଓ ରୁଷ୍ ସ୍ଥଳ ଓ ବୁଡ଼ାଜାହାଜ ଭିତ୍ତିକ କ୍ଷେପଣାସ୍ତ୍ର ଓ ବୋମାବର୍ଷୀ ବିମାନରେ କେତେ ପରମାଣୁ ଅସ୍ତ୍ର ମୁତୟନ କରନ୍ତି ସେ ସମ୍ପର୍କରେ ପରସ୍ପରକୁ ସୂଚନା ଦିଅନ୍ତି ଓ ଏସବୁ ଅସ୍ତ୍ରଗୁଡ଼ିକୁ ସୀମିତ ରଖନ୍ତି ।
ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ବିଶ୍ୱର ପ୍ରାୟ ୯୦% ପରମାଣୁ ଅସ୍ତ୍ର ରହିଛି, ଯାହା ବିଶ୍ୱକୁ ଏକାଧିକ ଥର ଧ୍ୱଂସ କରିବା ପାଇଁ ଯଥେଷ୍ଟ ।

ad-week
Leave A Reply

Your email address will not be published.