ହୋଲି ପରେ ହେବ ବିହାରରେ କ୍ଷମତା ପରିବର୍ତ୍ତନ… !

add-all

ପାଟନା : ହୋଲି ପରେ ବିହାରରେ ବଦଳିବ ସରକାର… ଆରଜେଡିର ଜଣେ ବିଧାୟକ ଏହି ଦାବି କରିଛନ୍ତି । ଏହି ଦାବି ପରେ ବିହାରର ରାଜନୈତିକ କରିଡରରେ ହଇଚଇ ଖେଳି ଯାଇଛି । କୁହାଯାଉଛି ଯେ ବିହାରରେ ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିବାଦ ଆରମ୍ଭ ହୋଇଯାଇଛି ।
ଆରଜେଡି ବିଧାୟକ ବିଜୟ କୁମାର ମେଣ୍ଡେଲ ମଙ୍ଗଳବାର ଦାବି କରିଛନ୍ତି ଯେ ଦଳୀୟ ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ୨୦୨୩ ମାର୍ଚ୍ଚରେ ନୀତୀଶ କୁମାରଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ। ତେଜସ୍ୱୀ ଖୁବଶୀଘ୍ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଫଗୁଆ (ହୋଲି ପର୍ବ) ପରେ ସେ ଶପଥ ନେବେ। ନୀତୀଶ କୁମାର ଜାତୀୟ ରାଜନୀତି ଉପରେ ଫୋକସ୍ କରୁଥିବାରୁ ଏହା ହୋଇପାରେ ବୋଲି ସେ ଦାବି କରିଛନ୍ତି ।
ଆରଜେଡି ବିଧାୟକଙ୍କ ଏହି ଦାବି ପରେ ରାଜନୈତିକ ହଟଚମଟ ସୃଷ୍ଟି ହେବା ମାତ୍ରେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ତୁରନ୍ତ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ଏହି ଦାବିକୁ ଖଣ୍ଡନ କରିଛନ୍ତି। ୨୦୨୫ରେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି ।

ad-week
Leave A Reply

Your email address will not be published.