ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ସଂସଦରେ ଥିବା ଶିବସେନା ଅଫିସ…

add-all

ମୁମ୍ବାଇ : ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି। ଏସବୁ ଭିତରେ ସଂସଦରେ ଥିବା ଶିବସେନା ଅଫିସକୁ ସିନ୍ଦେ ଗୋଷ୍ଠୀଙ୍କୁ ବ୍ୟବହାର ପାଇଁ ଅନୁମତି ମିଳିଛି।
ଏ ସମ୍ପର୍କରେ ଲୋକସଭା ସଚିବ ସୂଚନା ଦେଇଛନ୍ତି। ଯେହେତୁ ଶିବସେନାର ନାଁ ଓ ଦଳୀୟ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି, ତେଣୁ ସଂସଦର ଅଫିସ ମଧ୍ୟ ସେହି ଅନୁସାରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହାର ଅର୍ଥ ଶିବସେନା କହିଲେ ଏବେ କେବଳ ସିନ୍ଦେ ଗୋଷ୍ଠୀଙ୍କୁ ହିଁ ବୁଝାଉଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଦଳର ନାଁ ଓ ଚିହ୍ନ ମିଳିଥିବାରୁ ଏହାକୁ ପ୍ରଦର୍ଶନ କରି କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ।
ସମସ୍ତ ବିଧାୟକ, ସାଂସଦ ଓ ଶିବସେନାର ନେତା ଏଥିରେ ଯୋଗଦେବେ। ଆଗାମୀ ରଣନୀତି ସିନ୍ଦେଙ୍କ ଶିବସେନା ଏହି ବୈଠକରେ ପ୍ରସ୍ତୁତ କରିବ। ଏଥିସହ ନୂଆ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇ ବିଭିନ୍ନ ନେତାଙ୍କୁ ଦାୟିତ୍ୱ ବଣ୍ଟା ଯିବ।
ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟରେ ଆବେଦନ କରିଛି। ଏହାକୁ ସର୍ବୋଚ୍ଚ ଅଦାଲତ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆସନ୍ତାକାଲି ଦିନ ୩.୩୦ରେ ଏହାର ଶୁଣାଣି ହେବ।

ad-week
Leave A Reply

Your email address will not be published.