ସିବିଆଇ ଅଫିସ ବାହାରେ ବିକ୍ଷୋଭ, ଆପ୍ ନେତାଙ୍କୁ ଉଠାଇ ନେଲା ପୁଲିସ…

add-all

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାରି ରହିଛି ପଚରାଉଚରା। ଆଜି ସେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କର ଜେରା ଚାଲିଛି। ଏହାରି ଭିତରେ ଆପ୍ ନେତା ଓ କର୍ମୀମାନେ ସିବିଆଇ ଅଫିସ ବାହାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆପ୍ ନେତା ସଞ୍ଜୟ ସିଂହଙ୍କ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଛି। କେବଳ ସଞ୍ଜୟ ସିଂହ ନୁହେଁ ମନ୍ତ୍ରୀ ଗୋପାଳ ରାୟ ସମେତ ଅନ୍ୟ ଆପ୍ ନେତା ଓ କର୍ମୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହାକୁ ବିରୋଧ କରି ଆମ୍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ସିବିଆଇ ଅଫିସ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ସିବିଆଇ କାର୍ଯ୍ୟାଳୟ ବାହାରେ ୧୪୪ ଧାରା ଲାଗୁ କରିଛି।
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି କି, ସିସୋଦିଆ ଯେତେବେଳେ ଜେଲରୁ ବାହାରକୁ ଆସିବେ ସେତେବେଳେ ପୂରା ପାର୍ଟି ତାଙ୍କୁ ସ୍ୱାଗତ କରିବାକୁ ଜେଲ ଫାଟକ ନିକଟରେ ଉପସ୍ଥିତ ଥିବ। ଏହାସହ ତୁମେ ଜେଲ ଗଲେ ତୁମ ପରିବାର କଥା ବୁଝିବାକୁ ଆମେ ସମସ୍ତେ ଅଛୁ ସେ ସିସୋଦିଆଙ୍କୁ ଆଶ୍ୱାସନା ଦେଇ କହିଛନ୍ତି।

ad-week
Leave A Reply

Your email address will not be published.