ପୁଣି ଟାର୍ଗେଟ୍ କିଲିଂ, କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା…

add-all

ଶ୍ରୀନଗର : ଥମୁନି ଜମ୍ମୁ କଶ୍ମୀରରେ ଟାର୍ଗେଟ୍ କିଲିଂ। ଖୋଜି ଖୋଜି କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ଏବେ ପୁଣି ଥରେ ଆତଙ୍କବାଦୀମାନେ ଗୁଳିମାଡ କରି ଜଣେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଛନ୍ତି। ପୁଲୱାମା ଠାରେ ସଞ୍ଜମ ଶର୍ମା ନାମକ ଜଣେ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି।
ସଞ୍ଜୟ ପୁଲୱାମାର ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ସକାଳେ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଆଜି ତାଙ୍କ ଉପରେକୁ ଗୁଳିମାଡ କରିଥିଲେ। ଏହାପରେ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ ଏନେଇ ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି। ଏହାସହ ଏହି ଘଟଣାରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କ ବାବଦରେ ସୂଚନା ସଂଗ୍ରହ କରାଯାଉଥିବା କଥା ପୁଲିସ କହିଛି।
ଗତବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀମାନେ ସୋପିଆାନ ଠାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ସମାନ ଢଙ୍ଗରେ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ପୂରା କଶ୍ମୀର ଅଶାନ୍ତ ହୋଇପଡିଥିଲା।

ad-week
Leave A Reply

Your email address will not be published.