IOCL ପାଇପଲାଇନରୁ ଡିଜେଲ୍ ଚୋରୀ, ପେଟ୍ରୋଲ ପମ୍ପ ମାଲିକଙ୍କ ସମେତ ୭ ଗିରଫ

add-all

ସମ୍ବଲପୁର: ଡିଜେଲ ଚୋରି ଅଭିଯୋଗରେ ପେଟ୍ରୋଲ ଟାଙ୍କି ମାଲିକ ଗିରଫ । ସମ୍ବଲପୁର-ଜଟଣୀ IOCLର ତେଲ ପାଇପଲାଇନରୁ ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର ଡିଜେଲ ଚୋରୀ ଅଭିଯୋଗରେ ଏହି ପେଟ୍ରୋଲ ଟାଙ୍କି ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଜୁଜୁମରା ଥାନା ପୁଲିସ।

ଗିରଫ ପେଟ୍ରୋଲ ପମ୍ପ ମାଲିକ କଳାହାଣ୍ଡିର। ଅନ୍ୟ୪ ଜଣଙ୍କ ଘର ସମ୍ବଲପୁର ଜିଲ୍ଲାରେ ହୋଇଥିବା ବେଳେ ୨ ଜଣଙ୍କ ଘର ବରଗଡ ଜିଲ୍ଲାରେ। ଗିରଫ ଅଭିଯୁକ୍ତମାନଙ୍କ ଗୋଟିଏ ବ୍ୟାଙ୍କ ଏକାଉଣ୍ଟକୁ ଅଚଳ କରିଦିଆଯାଇଛି। ସେହିପରି ଚୋରି ଘଟଣାରେ ବ୍ୟବହୃତ ଟ୍ୟାଙ୍କର, କାର ଏବଂ ଗୋଟିଏ ଜେନେରେଟରକୁ ଜବତ କରାଯାଇଛି।

ଏସପି ବି. ଗଙ୍ଗାଧରଙ୍କ ସୂଚନା ମୁତାବକ, ହାତିବାରୀ ଜଙ୍ଗଲ ଭିତର ଦେଇ ଯାଇଥିବା IOCLର ପାଇପଲାଇନରେ କଣା କରିବା ପରେ ଏଥିରେ ଭାଲଭ ଖଂଜି ସେଥିରୁ ପାଖାପାଖି ୮ ହଜାର ୫ଶହ ଲିଟର ଡିଜେଲ ଚୋରି କରିଥିଲେ ଅଭିଯୁକ୍ତମାନେ। ଗତ ଫେବୃୟାରୀ ମାସ ୧୦ ତାରିଖ ଦିନ ଆଇ.ଓ.ସି.ଏଲ. କର୍ତ୍ତୃପକ୍ଷ ଡିଜେଲ୍ କୌଣସି ଠାରେ ଚୋରି ହେଉଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଜୁଜୁମରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଚୋରଙ୍କୁ ଧରିଛି।  ଏଥିରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି, ସେମାନଙ୍କୁ ଧରିବାକୁ ପୁଲିସ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.