ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଛାଡ଼ିବି ନାହିଁ: ଜିତନ ରାମ ମାଞ୍ଝି

add-all

ପାଟନା :  ମୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଛାଡ଼ିବି ନାହିଁ। ଏହା କହିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି । ସୋମବାର ସେ କହିଛନ୍ତି ଯେ, ସେ ବର୍ତ୍ତମାନର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହାତ ଛାଡିବେ ନାହିଁ । ସେ ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛନ୍ତି ସେ, ନୀତିଶଙ୍କ ସହ ରହିବେ।ନିକଟରେ ନୀତୀଶ କୁମାର କହିଥିଲେ ଯେ ବିଜେପି ଜିତନ ରାମ ମାଞ୍ଝିଙ୍କୁ ପ୍ରଲୋଭିତ କରି ନେବାକୁ ଚେଷ୍ଟା କରୁଛି। ବିହାର ମହାଗଠନବନ୍ଧନର ଏକ ପ୍ରମୁଖ ଅଂଶ ଅଛନ୍ତି ଜିତନ ରାମ ମାଞ୍ଝି। ଜିତନ କହିଛନ୍ତି ଯେ, ନୀତୀଶ ଯେଉଁଠାରେ ରହିବେ ମୁଁ ସେଠାରେ ରହିବି। ଅନ୍ୟ କୌଣସି ସ୍ଥାନକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଗରିବ ହୋଇପାରେ, କିନ୍ତୁ ଗରିବ ଲୋକମାନେ ଋଣ ସୁଝିବା ପାଇଁ ସବୁକିଛି ବଳିଦାନ ଦିଅନ୍ତି। ନୀତୀଶ ମୋତେ ମୁଖ୍ୟମନ୍ତ୍ରୀ କରାଇଥିଲେ। ମୋତେ ସମ୍ମାନ ଦେଇଛନ୍ତି। ତେଣୁ ମୁଁ ଏବଂ ମୋ ପରିବାର ଏହାକୁ ଭୁଲିବୁ ନାହିଁ ବୋଲି ଜିତନ କହିଛନ୍ତି।

ଶନିବାର ନୀତୀଶ କୁମାର କହିଥିଲେ ଯେ, କଂଗ୍ରେସ ସମତେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଲେ ବିଜେପିକୁ ୧୦୦ ଆସନ ମଧ୍ୟରେ ସୀମିତ ରଖାଯାଇ ପାରିବ। ପୁର୍ଣ୍ଣିଆରେ ମହାଗଠବନ୍ଧନ ରାଲିରେ ଉଦ୍‌ବୋଧନ ଦେଇ ‘ଜେଡି(ୟୁ)’ର ମୁଖ୍ୟ ନୀତୀଶ କହିଛନ୍ତି, ଏ ସଂକ୍ରାନ୍ତରେ କଂଗ୍ରେସକୁ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିବ।

ସେ କହିଛନ୍ତି, ବିରୋଧୀମାନଙ୍କୁ ଏକଜୁଟ କରି ‘ବିଜେପି’କୁ ଆସନଚ୍ୟୁତ କରିବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ। ଏହାକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବି। ସମଗ୍ର ଦେଶରୁ ‘ବିଜେପି’ ମୂଳପୋଛ ହେବା ଆବଶ୍ୟକ। ସେ ଆହୁରି ମଧ୍ୟ ଅଭ‌ିଯୋଗ କରିଛନ୍ତି ଯେ, କେନ୍ଦ୍ରରେ ଥିବା ‘ବିଜେପି’ ନେତୃତ୍ବାଧୀନ ସରକାର ଦେଶ ପାଇଁ ବା ବିହାର ପାଇଁ ପ୍ରଚାର ବ୍ୟତୀତ ଅନ୍ୟ କିଛି କରିନାହିଁ। ବିହାର ପାଇଁ ସ୍ୱତନ୍ତ୍ର ପାହ୍ୟାର କ’ଣ ହେଲା? ସମାଜର ଆର୍ଥିକ ଦୁର୍ବଳ ବର୍ଗଙ୍କୁ କେନ୍ଦ୍ର ବିରୋଧ କରୁଛି। ସେଥିପାଇଁ ସେମାନେ ଜାତିଭିତ୍ତିକ ଜନଗଣାକୁ ସମର୍ଥନ କରୁନାହାନ୍ତି।

ad-week
Leave A Reply

Your email address will not be published.