ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ

add-all

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରିକୁ ବିରୋଧ କରି ଆଜି ଆପ୍‌ ଜୋରଦାର ବିକ୍ଷୋଭ କରିଛି। ଗତକାଲି ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ଏହି ମାମଲାରେ ସିସୋଦିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା। ତେବେ ଏହି ରିମାଣ୍ଡ ଅବଧିକୁ ପ୍ରିତିପକ୍ଷ ବିରୋଧ କରିଥିଲେ । ତେବେ କୋର୍ଟ ଏହି ରାୟ ଉପରେ ସଂରକ୍ଷିତ ରଖିଲେ। ପରେ ସିସୋଦିଆଙ୍କ ରିମାଣ୍ଡ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି।

ଅନ୍ୟପଟେ ଦିଲ୍ଲୀ ପୁଲିସ ସୋମବାର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲା ଏହାକୁ ନେଇ କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ। ଏହି ସମୟରେ ଆପର କର୍ମକର୍ତ୍ତା ଆଦିଲ ଖାନ୍‌ ଦିଲ୍ଲୀ ପୁଲିସକୁ ବିରୋଧ କରି ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଦିଲ୍ଲୀ ପୁଲିସ କ’ଣ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଲଗାଇଛି। ପୋଲିସ କିପରି ଏଏପି କାର୍ଯ୍ୟାଳୟକୁ ପ୍ରବେଶ କରିପାରିବ। ଭାଜପା କର୍ମକର୍ତ୍ତାଙ୍କ ଭଳି ପୋଲିସ କାର୍ଯ୍ୟ କରିବା ବନ୍ଦ କରୁ। ଏହା କି ପ୍ରକାରର ଦାଦାଗିରି ବୋଲି ଆଦିଲ କହିଛନ୍ତି।

କାର୍ଯାଳୟ ବାହାରେ ସୌରଭ ଭରଦ୍ୱାଜ, ଆତିଶି, ଆଦିଲ ଖାନ୍‌ଙ୍କ ସମେତ ବହୁ ସଂଖ୍ୟକ ଆପ କର୍ମକର୍ତ୍ତା ଦିଲ୍ଲୀ ପୁଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ସେଠାରେ ଚାପା ଉତ୍ତେଜନା ଲାଗିରହିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଦ ନୀତି ଦୁର୍ନୀତି ମାମଲାରେ ରବିବାର ସିବିଆଇ ଗିରଫ କରିଛି। ଯାହାକୁ ନେଇ ଆପ ରାଜରାସ୍ତାକୁ ଓହ୍ଲାଇବା ସହ ହଙ୍ଗାମା କରିଛି। ସିସୋଦିଆଙ୍କ ଗିରଫଦାରି ସଂକ୍ରାନ୍ତରେ ବିଜେପି ସାଂସଦ ମନୋଜ ତିୱାରି କହିଛନ୍ତି, କେବଳ ମଦ ଦୁର୍ନୀତିରେ ଭୂମିକା ଗ୍ରହଣ କରିଥିବାରୁ ନ‌ୁହେଁ, ପ୍ରମାଣ ନଷ୍ଟ କରିଥିବାରୁ ମଧ୍ୟ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି। ଏହି ଦୁର୍ନୀତିର ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଦୋଷୀମାନଙ୍କୁ ଆଇନ ଅନୁଯାୟୀ ଶାସ୍ତି ମିଳିବ।

ad-week
Leave A Reply

Your email address will not be published.