ଭୂମିକମ୍ପରେ ଥରିିଲା ଗୁଜରାଟ…

add-all

ଅହମ୍ମଦାବାଦ : ଆଜି ସକାଳୁ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।
ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା। ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି।
ଏହାପୂର୍ବରୁ ରବିବାର ଦିନ ମଧ୍ୟ ଗୁଜରାଟର ରାଜକୋଟ୍‌ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଅପରାହ୍ଣ ୩.୨୧ରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ଥିଲା ୪.୩ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲା। ରାଜକୋଟର ଉତ୍ତର ପଶ୍ଚିମ ଠାରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ଏହାର କେନ୍ଦ୍ର ସ୍ଥଳ ଥିଲା।
ସେହିପରି ଗତ ସପ୍ତାହରେ ଗୁଜରାଟର ଅମରୋଲି ଜିଲ୍ଲାରେ ଦୁଇ ଦିନରେ ତିନି ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

ad-week
Leave A Reply

Your email address will not be published.