ରାଜ୍ୟପାଳ ସ୍ପଷ୍ଟୀକରଣ ମାଗିଲେ ମୁଖ୍ୟମନ୍ତ୍ରୀ ଜବାବ ଦେବାକୁ ବାଧ୍ୟ : ପଂଜାବ ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ପଞ୍ଜାବ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ କ୍ୟାବିନେଟ୍ ବିଧାନସଭା ଅଧିବେଶନ ପାଇଁ ସୁପାରିଶ କରିବା ପରେ ରାଜ୍ୟପାଳ ତାହାକୁ ମାନିବା ଉଚିତ । ସେହିପରି ରାଜ୍ୟପାଳଙ୍କ ପକ୍ଷରୁ ମଗାଯାଇଥିବା ସ୍ପଷ୍ଟୀକରଣର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ ବୋଲି କୋର୍ଟ କହିଛନ୍ତି ।
ପଂଜାବ ବିଧାନସଭାର ବଜେଟ ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ବାଧୀନ ସରକାର ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ରାଜ୍ୟପାଳଙ୍କ ମନା କରିବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାର ଶୁଣାଣି ପ୍ରଧାନବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରିଥିଲେ । ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଯେ ଯେତେବେଳେ କ୍ୟାବିନେଟ୍ ବିଧାନସଭା ଅଧିବେଶନ ପାଇଁ କହୁଛି, ସେତେବେଳେ ରାଜ୍ୟପାଳ ଏହା କରିବା ଉଚିତ୍ । ଏହା ସହ ରାଜ୍ୟପାଳ ମାଗିଥିବା ସ୍ପଷ୍ଟୀକରଣର ଜବାବ ଦେବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ ।

ଗତ ଫେବ୍ରୁଆରି ୨୨ ତାରିଖରେ ପଞ୍ଜାବ କ୍ୟାବିନେଟ୍ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ମାର୍ଚ୍ଚ ୩ରୁ ବଜେଟ୍ ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟପାଳ ଏ ନେଇ ଏହି ନିଷ୍ପତ୍ତିକୁ ଝୁଲାଇ ରଖିବାରୁ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ତେବେ ପଞ୍ଜାବ ସରକାରଙ୍କ ଓକିଲ ସିଂଘଭିଙ୍କ ସମ୍ମୁଖରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମଙ୍ଗଳବାରଦିନ ରାଜ୍ୟପାଳ ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.