ମାଲକାନଗିରି ସୀମାନ୍ତ ରେ ଏନକାଉଣ୍ଟର ସମୟରେ ନକ୍ସଲ ଦମ୍ପତି ଗିରଫ…

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଅନ୍ତର୍ଗତ ଗାଦିରାସ ଥାନା ଅଞ୍ଚଳରେ ନକ୍ସଲମାନଙ୍କ ସହ ହୋଇଥିବା ଏକ ଏନକାଉଣ୍ଟରରେ ୧୦ ଲକ୍ଷ ଇନାମୀ ନକ୍ସଲ ଦମ୍ପତି ଗିରଫ l ଗିରଫ ହୋଇଥିବା ଦୁଇ ନକ୍ସଲ ମଧ୍ୟରୁ ପୁରୁଷ ନକ୍ସଲ ଉପରେ ୮ ଲକ୍ଷ ଏବଂ ମହିଳା ନକ୍ସଲ ଉପରେ ୨ ଲକ୍ଷ ଛତିଶଗଡ ସରକାର ପୁରସ୍କାର ଘୋଷଣା କରିଥିଲେ l ପୁରୁଷ ନକ୍ସଲ ଜଣଙ୍କ ପ୍ଲାଟୁନ୍ ନମ୍ବର ୨୪ ଡେପୁଟି କମାଣ୍ଡର ୮ବର୍ଷ ହେବ ନକ୍ସଲ ସଂଗଠନରେ ସକ୍ରିୟ ଥିବା ବେଳେ ମହିଳା ନକ୍ସଲ କାଙ୍ଗର ଘାଟି ଏରିଆ କମିଟି ସଦସ୍ୟ ଭାବେ ସେ ୧୦ ବର୍ଷ ହେବ ନକ୍ସଲ ସଙ୍ଗଠନ ରେ ସକ୍ରିୟ ଥିଲେ l ଦାନ୍ତେୱାଡା ଜିଲ୍ଲାରେ ଏବଂ ସୁକମା ଜିଲ୍ଲାରେ ଘଟିଥିବା ନକ୍ସଲ ଘଟଣାରେ ନକ୍ସଲ ଦମ୍ପତି ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ସୁକମା ଜିଲ୍ଲାର ଗାଦିରାସ ଥାନା ଅଞ୍ଚଳର ପରିୟା ଜଙ୍ଗଲରେ ଗୁରୁବାର ଅପରାହ୍ନ ସମୟରେ ସୁରକ୍ଷାବଳ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର ସମୟରେ ନକ୍ସଲ ଦମ୍ପତିକୁ ସୁରକ୍ଷାବଳ ଦ୍ୱାରା ଘେରାବନ୍ଦୀ କରି ଗିରଫ କରାଯାଇଥିଲା l ଗିରଫ ସମୟରେ ଏକ କଳା ବ୍ୟାଗ, ଇଲେକ୍ଟ୍ରିକ୍ ଡିଟୋନେଟର, ଜିଲୋଟିନ ରଡ଼୫ ଟି କର୍ଡେକ୍ସ ତାର ୧ମିଟର, ଦୁଇ ଖଣ୍ଡ ନାଲି ରଙ୍ଗର ନକ୍ସଲାଇଟ ବ୍ୟାନର ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

ad-week
Leave A Reply

Your email address will not be published.