ଗ୍ରାମୀଣ ଡାକ ସେବକଙ୍କ ୨୪ ଘଣ୍ଟିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୂଖ୍ୟ ଡ଼ାକ କାର୍ଯ୍ୟାଳୟ ଠାରେ କନ୍ଧମାଳ ଜିଲ୍ଲାର ସତାଧିକ ଗ୍ରାମୀଣ ଡାକ ସେବକ ଆଜି ନିଜ ନିଜର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁଁ ଡ଼ାକ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଡାକ ବିଭାଗରେ କାର୍ଯ୍ୟ କରି ୭୫, ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଦୈନିକ ୮,୧୦,ନିଃସ୍ବାର୍ଥ ସେବା ଗ୍ରାମୀଣ ଡାକ ସେବକ କରୁଥିବା ଦେଖିବାକୁ ମିଳୁଛି । ସେଥିମଧ୍ୟରୁ,ପ୍ସିଡିପୋଷ୍ଟ, ଔଷଧ ବାଣ୍ଟିବା, ଡ଼ାକ ଘରେ ସ୍ଵଳ୍ପ ସଞ୍ଜୟ ଯୋଜନାରେ ଯଥା, SD,RD,TD,PPF,ଓ ସୁଚନା ସମୃଦ୍ଧି ଯୋଜନା ରେ ଖୋଲିବା ଗ୍ରାମୀଣ ଡାକ ଜୀବନ ବୀମା କରିବା, ଆଧାର ଲିଙ୍କ କରିବା ଏପରିକି ସରକାରଙ୍କର ବିଭିନ୍ନ ଯୋଜନାର କାର୍ଯ୍ୟ ଗ୍ରାମୀଣ ଡାକ ସେବକ ମାନେ କରି ଥାନ୍ତି । କିନ୍ତୁ ସେମାନଙ୍କୁ ଦୈନିକ ଭତ୍ତା ଆକାରରେ ମାସିକ ଟ୧୫,୦୦୦, ଟଙ୍କାରୁ,୧୬,୦୦୦, ଟଙ୍କା, ମଧ୍ୟରେ ଦରମା ମିଳୁଥିବା ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଗ୍ରାମୀଣ ଡାକ ସେବକ ଖୁବ୍ କମ୍ ଦରମାରେ ସହରରେ ଏବଂ ଗ୍ରାମାଂଚଳ ମାନଙ୍କରେ ନିଜ ନିଜର ପୁଅ ଝିଅର ପାଠପଢ଼ା ବାପା ମା’ଙ୍କ ଔଷଧୀୟ ଖର୍ଚ୍ଚ ଏବଂ ପରିବାର ବିଭିନ୍ନ ଖର୍ଚ୍ଚ କରି ଆଜିକା ଦିନରେ ସମାଜର ଚଳନୀ ସହିତ ଖାପଖୁଆଇ ଚଲିବା ପାଇଁ କମ୍ ଦରମା ଟଙ୍କାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏଣୁ ଗ୍ରାମୀଣ ଡାକ ସେବକ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳୁଛି।ଜଦି ରାଜ୍ୟ ସରକାର ଉକ୍ତ ଦାବିପତ୍ର ଅନୁସାରେ ସମସ୍ୟାର ସମାଧାନ ନକରନ୍ତି। ଆଗାମୀ ଦିନରେ ଚଳିତ ମାସ ତା,୧୬,୧୭, ତାରିଖରେ ପୂର୍ବାହ୍ନର ଧାରଣା ଦେବା ପାଇଁ ସମୟ ଧାର୍ଯ୍ୟ କରିଥିବା । ଗ୍ରାମୀଣ ଡାକ ସେବକ ସଂଘ ତରଫରୁ ଶୁଣିବାକୁ ମିଳୁଛି । ଗ୍ରାମୀଣ ଡାକ ସେବକଙ୍କ ଚବିଶ ଘଣ୍ଟିଆ ବନ୍ଦ ଡାକରା ସମୟରେ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ, ସମ୍ପାଦକ,ମାନସ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ, ହାଡିବନ୍ଧୁ ପୂଜାରୀଙ୍କ ନେତୃତ୍ବରେ ଗ୍ରାମୀଣ ଡାକ ସେବକ ସଂଘର ସତାଧିକ କର୍ମୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.