
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରା ଖୋଲ ଠାରେ ସର୍ବ ପୁରାତନ ଶ୍ରୀ ଶ୍ରୀ ମା ପୀତାବଳୀ ମନ୍ଦିର ପରିସରରେ ବିଶ୍ବଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ମହାଯଜ୍ଞକୁ ସୂଚାରୁ ରୂପେ ଏବଂ ନୀତିକାନ୍ତିରେ ସଫଳ ହେବା ପାଇଁ ଓଡିଶାର ତୀର୍ଥକ୍ଷେତ୍ର ପୁରୀ ଦଶପଲ୍ଲା ନୟାଗଡ଼ ଏପରି କି ବିଭିନ୍ନ ପ୍ରାନ୍ତରୁ ବଛାବଛା ପୁରୋହିତଙ୍କୁ ଅଣାଯାଇ ଜଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି l ଏହି ଜଜ୍ଞ ପାଞ୍ଚ ଦିନ ଧରି ମା ପୀତାବଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚାଲୁ ରହିବ l ଆସନ୍ତା ରବିବାର ଦିନ ଉଦଯାପିତ ହେବ ବୋଲି ପରିଚାଳନା କମିଟି ତରଫରୁ କୁହାଯାଇଛି । ଏହି ଜଜ୍ଞ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି l ଆସିଥିବା ସମସ୍ତ ଭକ୍ତଙ୍କୁ ଅକୁଣ୍ଠ ଚିତ୍ତରେ ପ୍ରସାଦ ସେବନ ବ୍ଯବସ୍ଥା କରାଯାଇଛି Iଏହି ପରିପ୍ରେକ୍ଷୀରେ ବୁଧବାର ଦିନ ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶଙ୍କରାଖୋଲ ଅଞ୍ଚଳର ଅଧୃଷ୍ଠାତ୍ରୀ ଦେବୀଙ୍କ ସମେତ ବିଭିନ୍ନ ଦେବ ଦେବୀଙ୍କଠାରୁ ଆଜ୍ଞାମାଳ ଆଣା ଯାଇ ନିକଟସ୍ଥ ଗୁଡ୍ରି ଗାଁ ନଦୀ ପଠାରେ ଦେବ ଦେବୀଙ୍କୁ ଆମନ୍ତ୍ରଣ କରି
ପୂଜାର୍ଚ୍ଚନା କରି ୭୦୦ କଳସରେ ଜଳ ଆଣି ବିଭିନ୍ନ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ବାହାରି
ସମଗ୍ର ନଗର ପରିକ୍ରମା କରାଯାଇ ଯଜ୍ଞସ୍ଥଳକୁ ଅଣାଯାଇ ଥିଲା । ବରିଷ୍ଠ ପୁରୋହିତ ଡୁରୁ ଦେହୁରୀ
ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏହା ବ୍ୟତିତ ଏହି କାର୍ଯ୍ୟକ୍ରମରେ ମା ପୀତାବଳୀ ମନ୍ଦିର ପରିଚାଳନା କମିଟିର ସଭାପତି ଗୋପାଳ ଅମାତ, ଉପସଭାପତି ସୁଶାନ୍ତ ବେହେରା, ସମ୍ପାଦକ ଅଶୋକ କୁମାର କହଁର, ସହ ସମ୍ପାଦକ ସରୋଜ କୁମାର ବେହେରା, ସମ୍ମାନିତ ବ୍ଯକ୍ତି ସର୍ବେଶ୍ଵର କହଁର, ଦେବେଶ୍ୱର ବେହେରା, ମାଧବ ବେହେରା, ପୂଜକ ଡୁରୁ ଦେହୁରୀ ବାହକ ଗୋବିନ୍ଦ ଅମାତ୍ୟ, ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ,ସରୋଜ କୁମାର ବେହେରା,ମନୋଜ କୁମାର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ l ଶଙ୍କରା ଖୋଲର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l