ଘରୁ ୬ କୋଟି ଟଙ୍କା ଜବତ ହେବା ପରେ ‘କର୍ଣ୍ଣାଟକ ସୋପ୍‌ସ୍‌ ଆଣ୍ଡ୍‌ ଡିଟର୍‌ଜେଣ୍ଟ୍‌ସ୍‌ ଲିମିଟେଡ୍‌’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ‘ବିଜେପି’ ବିଧାୟକ

add-all

ଦୁର୍ନୀତି କରି ପୁଅ ଧରାପଡ଼ିବା ପରେ ଜଣେ ବିଜେପି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। କର୍ଣ୍ଣାଟକର ବିଜେପି ବିଧାୟକ ବିରୁପକ୍ଷପ୍ପା ମଡଲଙ୍କ ପୁଅ ପ୍ରକାଶ ମଡଲ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ହାତରେ ଧରାପଡ଼ିଥିଲେ। ଏହି ଘଟଣାକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହେବା ପରେ ବିଜେପି ବିଧାୟକ ବିରୁପକ୍ଷପ୍ପା କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡ ଉତ୍ପାଦନ ସଂସ୍ଥାରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ପୁଅ ୪୦ ଲକ୍ଷ ଲକ୍ଷ ଟଙ୍କା ଲାୟ୍ଚ ନେଇ ଧରାପଡ଼ିବା ପରେ ବିରୁପକ୍ଷପ୍ପାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ବିରୁପକ୍ଷପ୍ପାଙ୍କୁ ବିରୋଧୀ ନିଶାନା କରିବା ସହ ସେ ଅବସ୍ଥାପିତ ଥିବା ସଂସ୍ଥାର ପଦରୁ ଇସ୍ତଫା ଦେବା ପାଇଁ ଜୋରଦାର ଦାବି ହୋଥିଲା।

ଦେବନଗରୀ ଜିଲ୍ଲାର ଚନଗିରିର ବିଧାୟକ ଥିବା ବିରୁପକ୍ଷପ୍ପା ରାଜ୍ୟ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡ ମ୍ୟାନୁଫେକ୍ଚରିଂ ସଂସ୍ଥାର ଅଧ୍ୟକ୍ଷ ଥିଲେ। ତାଙ୍କ ପୁଅ ପ୍ରକାଶ ବେଙ୍ଗାଲୁରୁ ଜଳ ବିତରଣ ସଂସ୍ଥା ସ୍ୱେରେଜ ବୋର୍ଡ଼ର ଅଧ୍ୟକ୍ଷ ଅଛନ୍ତି। ଗୁରୁବାର ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ବିଜେପି ବିଧାୟକ ବିରୁପକ୍ଷପ୍ପା ମଡଲଙ୍କ ପୁଅକୁ କର୍ନାଟକ ଲୋକାୟୁକ୍ତ ଗିରଫ କରିଛି।

ବିଧାୟକଙ୍କ ପୁଅ ପ୍ରଶାନ୍ତ ମଡଲ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀଙ୍କ ହାବୁଡ଼ରେ ଧରାପଡ଼ିଥିଲେ। ଏହି ଲାଞ୍ଚ ନେଇ ପୂର୍ବରୁ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେହି ଅନୁଯାୟୀ ପ୍ରସ୍ତୁତ ହୋଇ ଲୋକାୟୁକ୍ତ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଥିଲା। ସେହିପରି ପ୍ରଶାନ୍ତଙ୍କ କାର୍ଯ୍ୟାଳୟରୁ ୧.୭ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ,ବିରୁପକ୍ଷପ୍ପା କର୍ନାଟକର ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡ ଉତ୍ପାଦନ ସଂସ୍ଥାର ଅଧ୍ୟକ୍ଷ ଥିଲେ।

ad-week
Leave A Reply

Your email address will not be published.