ଜବତ ହେବ ପଳାତକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି…

add-all

ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟଙ୍କଠାରୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ସମ୍ପତ୍ତି ଜବତକୁ ନେଇ ମୁମ୍ବାଇ କୋର୍ଟ ଏହାର ରାୟ ଶୁଣାଇଥିଲେ। ମାଲ୍ୟା ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ଏଠାରୁ ତାଙ୍କୁ କୌଣସି ଆରାମ ମିଳିପାରି ନାହିଁ। ଅର୍ଥାତ୍‌ ତାଙ୍କ ସମ୍ପତ୍ତି ଜବତ କରିବାର ରାସ୍ତା ଏବେ ଆହୁରି ସ୍ପଷ୍ଟ ହୋଇଯାଇଛି।

ବାସ୍ତବରେ, ସୁପ୍ରିମ କୋର୍ଟ ବିଜୟ ମାଲ୍ୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ମୁମ୍ବାଇର ଏକ କୋର୍ଟଙ୍କ ଦ୍ୱାରା ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବା ଏବଂ ତାଙ୍କ ସମ୍ପତ୍ତି ଜବତ କରିବାର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ ଦିଆଯାଇଥିଲା।

ad-week
Leave A Reply

Your email address will not be published.