ସାପ କାମୁଡ଼ାରେ ମହିଳା ମୃତ

add-all

ହିଞ୍ଜିଳିକାଟୁ ୩।୩ : ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ କାଳୁଆମନ୍ଦିର ସାହିରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସୂଚନାନୁସାରେ ନରେନ୍ଦ୍ରପୁର ଗ୍ରାମର ଡକ୍ଟର ପୋଲାଇ ଙ୍କ ସ୍ତ୍ରୀ ଗୋଲାପ ପୋଲାଇ ୫୫ ।ଶୁକ୍ରବାର ସନ୍ଧ୍ୟା ୪ ଘଣ୍ଟା ୩୦ ମି ସମୟରେ ଜମିରୁ କାମ ସାରି ଘରକୁ ଫେରିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା।ସେଠାରେ ଗୋଲାପ ନିଜ ପିନ୍ଧିଥିବା ଅଣ୍ଟାଦଉଡି କାଟି ଭିଡି
ଘରକୁ ଆସି ସେ ଏ ସଂପର୍କରେ ଜଣାଇବା ପରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଘର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଜଗିଥିଲେ ଆମ୍ବୁଲାନ୍ସ ଆସିବା ଡେରି ହେବାରୁ ଘର ଲୋକେ ନିଜ ସୁବିଧାରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଵ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। ମାତ୍ର ୧୦୮ ଆମ୍ବୁଲାନ୍ସ ସେବା ଟ୍ରାକ ରେ ଅଛି ଦେଖୁଛି ବିଭିନ୍ନ ଆଳ ଦେଖାଇ କଲ କାଟିଥିଲେ। ଏହିପରି ୫ ଥର କଲ ପରେ ମଧ୍ୟ ଆମ୍ବୁଲାନ୍ସ ଆସିଲା ନାହିଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍ର ତାଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ସର୍ପାଘାତର ଶିକାର ସାଧାରଣ ଲୋକଙ୍କ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥାକରାଗଲେ ବହୁ ମୂଲ୍ୟବାନ ଜୀବନ ବଞ୍ଚି ଯାଆନ୍ତ ବୋଲି ଚର୍ଚ୍ଚା ହେଉଛି।ମୂତ୍ୟୂ ପରେ ଡାକ୍ତର ହିଞ୍ଜିଳି ଥାନାରେ ଖଵର ଦେଇଥିଲେ। ଖବର ପାଇ ହିଞ୍ଜିଳି ଥାନା ଏ ଏସ ଆଇ ଉପେନ୍ଦ୍ର କ୍ରାସକା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଶବକୁ ଜବତ କରି ଶନିବାର ଵ୍ରହ୍ମପୁର ବଡ ମେଡିକାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା। ଏ ନେଇ ୪।୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.