ଆନ୍ଧ୍ର ଓଡିଶା ସୀମାନ୍ତ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଡ଼ିଓ…

add-all


ଚିତ୍ରକୋଣ୍ଡା(୦୩/୦୩) : ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ଓଡିଶା ସୀମାନ୍ତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳ ରାଲେଗଡ଼ା ଗ୍ରାମ ପଞ୍ଚାୟତକୁ ଚିତ୍ରକୋଣ୍ଡା ବିଡ଼ିଓ ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡାରୀ, ଏପିଓ ଶ୍ରୀ ଉଛବ ଗିରି ଓ ରାଲେଗଡ଼ା ସରପଞ୍ଚ କମଳୁ ହନ୍ତାଳ ଆଜି ରାଲେଗଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ପରିଦର୍ଶନ କରିଥିଲେ । ରାଲେଗଡ଼ା ଗ୍ରାମ ପଞ୍ଚାୟତ ଏକ ଦୁର୍ଗମ ଜଙ୍ଗଲ ,ପାହାଡ଼,ପର୍ବତ ଏବଂ ଆନ୍ଧ୍ର ପ୍ରଦେଶ ଲାଗିରହିଛି । ଆଜିକୁ ଦେଶ ସ୍ବାଧୀନ ହୋଇ ୭୫ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଓଏଏସ ଅଫିସର ବା ଉଚ୍ଚ ପଦାଧିକାରୀ ଏହି ଯାଜପାଲମ୍ , କକୁଲିଗୁଡା ଭଳିଆ ଗାଁ କୁ ପାଦ ଦେଇ ନ ଥିଲେ । ଆଜି ରାଲେଗଡ଼ା ଗ୍ରାମ ପଞ୍ଚାୟତ ର ଜାଜ୍ ପାଲାମ ,କକୁଲିଗୁଡ଼ା ଭଳିଆ ପାହାଡ଼ ପର୍ବତ ଜଙ୍ଗଲ ଭରପୁର ଥିବା ଗାଁ ରେ ରାସ୍ତା ପହଞ୍ଚିବା ସହିତ ଜଣେ ଓଏଏସ ପଦାଧିକାରୀ ଏହି କୁ ଯାଇ ଲୋକ ଙ୍କ ଦୁଃଖ ସୁଖ ବୁଝି ଥିବାରୁ ଗାଁ ବାସୀ ଏବଂ ସ୍ଥାନୀୟ ସରପଞ୍ଚ ,ୱାର୍ଡ ମେମ୍ବର ବିଡ଼ିଓ ଓ ଏପିଓ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ସାର୍କୁବନ୍ଧ 5T ସ୍କୁଲ ବୁଲି ଦେଖିଥିଲେ ଏବଂ ଗ୍ରାମ ବାସୀ ଙ୍କୁ ସହଯୋଗ କରିବା ପାଇଁ କହିଥିଲେ । ରାଲେଗଡ଼ା ସରପଞ୍ଚ ,ୱାର୍ଡ ମେମ୍ବର ,ପଞ୍ଚାୟତ ବାସୀ ଏହି ପଞ୍ଚାୟତ କୁ ବାରମ୍ବାର ପରିଦର୍ଶନ କରିବା ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.