ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

add-all

ବ୍ରହ୍ମପୁର:  ବ୍ରହ୍ମପୁରରେ ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ବ୍ରହ୍ମପୁର ପାଟପୁର ଥାନା ଡେଙ୍ଗାଡ଼ିରେ ଘଟିଛି ଏହି ଆତ୍ମହତ୍ୟା ଉଦ୍ୟମ। ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇପଡିଛନ୍ତି।

ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଛି। ଏହି ଶିକ୍ଷକ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଦୁଇ ବର୍ଷ ହେବ ସେମାନଙ୍କ ବାହାଘର ହୋଇଥିଲା। ତେବେ କଣ ପାଇଁ ସ୍ୱାମୀ, ସ୍ତ୍ରୀ ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.