ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ମାଡ଼ିବସିଲା ଟିମ୍

add-all

ଭୁବନେଶ୍ବର: ଭିଜିଲାନ୍ସ  ଜାଲରେ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ଗତକାଲି ପାଇଥିଲେ ପଦୋନ୍ନତି । ହେଲେ ଏହାର କିଛି ଘଣ୍ଟାପରେ ଭିଜିଲାନ୍ସ ସେହି ଅଧିକାରୀଙ୍କୁ ମାଡ଼ିବସିଥିଲା। ଏଭଳି ଘଟଣା ଘଟିଛି କୋରାପୁଟରେ।

ସୂଚନା ଅନୁଯାୟୀ, ଗତକାଲି ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ସେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ସମୟରେ ତାଙ୍କୁ ବାଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ଏହାପରେ ଭିଜିଲାନ୍ସ ଟିମ୍ ସୁରଜିତଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି।

ତେବେ ତାଙ୍କଠାରୁ କେତେ ଟଙ୍କା ଜବତ କରାଯାଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସୁରଜିତ ସାହୁ ନିଜର ସହକର୍ମୀଙ୍କୁ ଭୁବନେଶ୍ବର ଯାଉଥିବା କହିଥିଲେ।

ad-week
Leave A Reply

Your email address will not be published.