ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ…

add-all

ସୁନ୍ଦରଗଡ଼, ୦୬/୦୩/୨୩: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଆଜି ଅନୁଷ୍ଠିତ ଏହି ଜନ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ଲୋକ ମାନଙ୍କର ଆପତ୍ତି ଅଭିଯୋଗ ଆଦି ର ଶୁଣାଣି କରିଥିଲେ I ଆଜିର ଏହି ଅଭିଯୋଗ ଶୁଣାଣୀ ରେ ମୋଟ ୧୫୬ ଟି ଅଭିଯୋଗ ଆସିଥିଲା I
ସେଥି ମଧ୍ୟରୁ ୧୪୪ ଟି ବ୍ୟକ୍ତିଗତ ସମସ୍ୟା ଜନିତ ଅଭିଯୋଗ ଥିବା ବେଳେ ୧୨ ଟି ଗୋଷ୍ଠୀ ସମସ୍ୟା ଯଥା-ରାସ୍ତା ଘାଟ ନିର୍ମାଣ,ମରାମତି, ବିଦ୍ୟାଳୟ ଓ ଶିକ୍ଷକ ସଂକ୍ରାନ୍ତୀୟ , ଜମିଜମା, ପଟ୍ଟା, ଭତ୍ତା ସଂକ୍ରାନ୍ତୀୟ ଆଦି ଅଭିଯୋଗ ଗୁଡିକ ରହିଥିଲା I ତନ୍ମଧ୍ୟରୁ ଆଜି ୫୫ଟି ଅଭିଯୋଗ ର ସମାଧନ କରାଯାଇଥିଲା ଯେଉଁଥିରେ କି ୩୨ ଟି ସି.ଏମ୍. ଆର୍. ଏଫ୍ ସମ୍ପର୍କିତ ରହିଥିଲା I ବାକି ରହି ଥିବା ଅଭିଯୋଗ ଗୁଡିକର ତ୍ଵରିତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଏହି ଜନ ଶୁଣାଣି ରେ
ଉପ ଜିଲ୍ଲାପାଳ ଦାଶରଥି ସରାବୁ, ଆଇ.ଏ.ଏସ୍. ଶିକ୍ଷାନବିସ ରିନା ପ୍ରଧାନ, ସହାୟକ ନିର୍ବାହୀ ଅଧିକାରୀ,(ଏମ୍. ଆଇ ଏସ୍) ଜିଲ୍ଲା ପରିଷଦ, ବିଭୁତି ରଞ୍ଜନ ରାଉଳ, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଲ, ସଦର ତହସିଲଦାର କୁଳମଣି ରଣବିଡ଼ା ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
ବିଶ୍ବରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.