ସତୀଶ କୌଶିକଙ୍କର ପରଲୋକରେ ମୋଦିଙ୍କ ଶୋକ…

add-all

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ। ତାଙ୍କର ମୃତ୍ୟୁ ଖବର ଶୁଣି ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି।
ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ “ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ରୀ ସତୀଶ କୌଶିକ ଜୀଙ୍କର ଅକାଳ ବିୟୋଗ ଖବର ପାଇ ମୁଁ ଦୁଃଖିତ। ସେ ଜଣେ ସୃଜନଶୀଳ ପ୍ରତିଭା ଥିଲେ ଯିଏ ତାଙ୍କର ଚମତ୍କାର ଅଭିନୟ ଏବଂ ନିର୍ଦ୍ଦେଶନା ଯୋଗୁଁ ହୃଦୟ ଜିତିଥିଲେ। ତାଙ୍କର କାମ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିବ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି। ”

“ଜାନେ ଭି ଦୋ ୟାରୋ” ଏବଂ “ମିଷ୍ଟର ଇଣ୍ଡିଆ” ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ସତୀଶ କୌଶିକ ଦିଲ୍ଲୀର ଜଣେ ବନ୍ଧୁଙ୍କ ଘରେ ଥିଲେ। ହୋଲି ଖେଳିବା ପରେ ସେ ସେଠାରେ ରହିଥିଲେ। ବୁଧବାର ବିଳମ୍ବିତ ରାତିରେ ହଠାତ ସେ ଅଣନିଶ୍ବାସୀ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.