ଏ ବ୍ୟକ୍ତି ଜଣେ ଅପରାଧୀ: ମନୀଷ ସିସୋଦିଆଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ କରିବାକୁ ଏଲନ୍‌ ମସ୍କ୍‌ଙ୍କୁ କହିଲା ‘ବିଜେପି’

add-all

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ସମ୍ପ୍ରତି ତିହାର ଜେଲ୍‌ରେ ଥିବା ‘ଆପ୍‌’ ନେତା ମନୀଷ ସିସୋଦିଆଙ୍କ ଟୁଇଟର୍‌ ହ୍ୟା‌ଣ୍ଡଲ୍‌ ‘ବ୍ଲକ୍‌’ କରିବା ପାଇଁ ଦିଲ୍ଲୀ ‘ବିଜେପି’ ଏଲନ୍‌ ମସ୍କ୍‌ଙ୍କୁ ଅନୁରୋଧ କରିଛି।
ମସ୍କ୍‌ଙ୍କ ନକଟରେ ଦିଲ୍ଲୀ ‘ବିଜେପି’ ନେତା ତଜିନ୍ଦର୍‌ ପାଲ୍‌ ସିଂହ ବଗ୍ଗା ଅଭିଯୋଗ କରିଛନ୍ତି ଯେ, ସିସୋଦିଆ ଜଣେ ଅପରାଧୀ ଏବଂ ତାଙ୍କ ତରଫରୁ ଅନ୍ୟ କେହି ତାଙ୍କ ‘ଟୁଇଟର୍‌’ ହ୍ୟାଣ୍ଡେଲ୍‌ ବ୍ୟବହାର କରୁଛନ୍ତି। ଏବେ ସିସୋଦିଆ ଜେଲ୍‌ରେ ଥିବାରୁ ତାଙ୍କ ଆକାଉଣ୍ଟ୍‌ ‘ବ୍ଲକ୍‌’ କରିଦିଆଯାଉ।
ବିଶ୍ବସନୀୟ ପ୍ରମାଣ ବିନା ତାଙ୍କୁ ମଦ ନୀତି ମାମଲାରେ ସମ୍ପୃକ୍ତ କରାଇ ଗିରଫ କରାଯାଇଥିବାରୁ ଶାସକ ‘ବିଜେପି’କୁ ସମାଲୋଚନା କରି ସିସୋଦିଆଙ୍କ ‘ଟୁଇଟର୍‌’ ଆକାଉଣ୍ଟ୍‌ରୁ ପୋଷ୍ଟ୍‌ ସେୟାର୍‌ କରାଯିବା ପରେ ବଗ୍ଗା ଉପରୋକ୍ତ ଅଭି‌ଯୋଗ ‘ଟୁଇଟ୍‌’ କରିଛନ୍ତି।

ସୂଚନାଯୋଗ୍ୟ, ସିସୋଦିଆଙ୍କ ‘ଟୁଇଟର୍‌’ ହ୍ୟାଣ୍ଡ୍‌ଲ୍‌ରେ ପୋଷ୍ଟ୍‌ କରାଯାଇଥିଲା: ଆଜି ପର୍ଯ୍ୟନ୍ତ ମୁଁ ଶୁଣିଥିଲି ଦେଶରେ ସ୍କୁଲ୍‌ ଖୋଲିଲେ ଜେଲ୍‌ ବନ୍ଦ ହୋଇଯାଏ; କିନ୍ତୁ, ଦେଶରେ ସ୍କୁଲ୍‌ ଖୋଲୁଥିବା ବ୍ୟକ୍ତିଙ୍କୁ ହିଁ ଏବେ ଏ ଲୋକେ ଜେଲ୍‌ରେ ପୂରାଉଛନ୍ତି।

ad-week
Leave A Reply

Your email address will not be published.