ବିଲରୁ ପାଇଥିବା ୪ ବାଘଛୁଆଙ୍କୁ ଫେରାଇବା ପାଇଁ ମା ବାଘୁଣୀକୁ ୭୨ ଘଣ୍ଟା ହେବ ଖୋଜୁଛନ୍ତି ୩୦୦ ଲୋକ

add-all

ହାଇଦ୍ରାବାଦ: ଉଦ୍ଧାର କରିଥିବା ୪ଟି ବାଘଛୁଆଙ୍କୁ ଫେରାଇବା ଲାଗି ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍‌-କୁର୍ଣ୍ଣୂଲ୍‌ ଅଞ୍ଚଳରେ ବନ କର୍ମଚାରୀମାନେ ଗତ ୭୨ ଘଣ୍ଟା ହେବ ମା ବାଘୁଣୀକୁ ଖୋଜୁଛନ୍ତି।
ଶସ୍ୟକ୍ଷେତ୍ରକୁ ଚାଲି ଆସି ବାଟ ଭୁଲିଯାଇଥିବା ବାଘଛୁଆମାନଙ୍କୁ ପ୍ରଥମେ ଗ୍ରାମବାସୀମାନେ ପାଇଥିଲେ। ବୁଲା କୁକୁରଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ବାଘଛୁଆମାନଙ୍କୁ ଗୋଟାଏ ଅସ୍ଥାୟୀ ଆଶ୍ରୟସ୍ଥଳକୁ ନେଇଯାଇଥିଲେ। ବନ ବିଭାଗକୁ ସମ୍ବାଦ ମିଳିବା ପରେ ସେମାନେ ଛୁଆ ୪ଟାଙ୍କୁ ଗୋଟାଏ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରକୁ ନେଇଯାଇଛନ୍ତି।
ଏବେ ଗ୍ରାମବାସୀଙ୍କର ଭାଳେଣି, ଛୁଆଙ୍କୁ ହରାଇବା ଚିନ୍ତାରେ ବାଘୁଣୀଟି ଉଗ୍ର ଓ ଆକ୍ରମଣଶୀଳ ହୋଇଯାଇପାରେ।
ତେଣୁ, ବାଘୁଣୀଟିର ସନ୍ଧାନ ନେବା ପାଇଁ ବନ ବିଭାଗ ‘ଟ୍ରାପ୍‌ କ୍ୟାମେରା’ ବସାଇବା ସହିତ ୩୦୦ ସଦସ୍ୟ ବିଶିଷ୍ଟ୍‌ ଟିମ୍‌ ମୁତୟନ କରିଛି। ସେମାନେ ବାଘୁଣୀର ପାଦଚିହ୍ନ ଦେଖିଛନ୍ତି ଏବଂ ଖୁବ୍‌ ଶୀଘ୍ର ତାକୁ ଠାବ କରିବେ ବୋଲି କହୁଛନ୍ତି। ବାଘୁଣୀଟି ‘ଟି-୧୦୮’ ହୋଇଥାଇ ପାରେ ବୋଲି ବନ ଅଧିକାରୀମାନେ କହୁଛନ୍ତି।
ବନ ବିଭାଗ କର୍ମଚାରୀମାନେ କହିବା ଅନୁସାରେ, ଶେଷ ବିକଳ୍ପ ହେଲା ବାଘଛୁଆମାନଙ୍କୁ ଚିଡ଼ିଆଖାନାକୁ ସ୍ଥାନାନ୍ତର କରିବା। କିନ୍ତୁ, ସେମାନେ ମା ଓ ଛୁଆଙ୍କର ପୁନର୍ମିଳନ କରାଇବାକୁ ଇଚ୍ଛୁକ। ତାଙ୍କର ଆଶା ବାଘୁଣୀ ହଜିଯାଇଥିବା ଛୁଆମାନଙ୍କୁ ଗ୍ରହଣ କରି ବଣକୁ ନେଇଯିବ।

ad-week
Leave A Reply

Your email address will not be published.