ନିଃସର୍ତ୍ତ ନ୍ୟୁଜ୍ ର ମହା ପ୍ରଭାବ : କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ…

add-all

ଜାଲରେ ଛୋଟ ମାଛ ବଡ ମାଛ କେବେ….?

ମାଲକାନଗିରି // ଚିତ୍ରକୋଣ୍ଡା : ଆଜି ଅର୍ଥାତ୍ ୧୦.୦୩.୨୦୨୩ ବାଲିମେଳା ବନାଞ୍ଚଳ ଅଧୀନସ୍ଥ କୁଡୁମୁଲୁଗୁମ୍ମା କେନ୍ଦୁ ପତ୍ର ବିଭାଗରେ ଫରେଷ୍ଟର ଭାବେ ନିଜ ଦାୟିତ୍ୱ ସମ୍ପାଦନ କରୁଥିଲେ ପଦ୍ମିନୀ ପଟ୍ଟନାୟକ । ତେବେ ବିଗତ କିଛି ଦିନ ଧରି ତାଙ୍କ ବିରୋଧରେ ଉଠିଥିବା ପି.ସି. ସମ୍ପର୍କିତ ଆରୋପକୁ ଆଧାର କରି ଆଜି ଅଫିସ୍ କାର୍ଯ୍ୟାଦେଶ ସଂଖ୍ୟା ୭୮ ଆଧାରରେ ପଦବୀରୁ ନିଲମ୍ବନ କରାଯାଇଛି । ଏଠାରେ ସୂଚନା ଥାଉକି ଏହି ଦୁର୍ନୀତି ର ସୁରାଗ ପ୍ରଥମେ ନିଃସର୍ତ୍ତ ହାତରେ ଲାଗିଥିଲା ବିଳମ୍ବ ନକରି ଏହି ଭଳି ଏକ ସଙ୍ଗୀନ ଆରୋପକୁ ବିଶ୍ଲେଷିତ ଆଲୋଚନା ଜରିଆରେ ନିଶର୍ତ୍ତ ପ୍ରତିନିଧି ପ୍ରଥମେ ଆଜି ସମ୍ବାଦ ପରିବେଷଣ କରିଥିଲେ । ଘଟଣା ମୁତାବକ ସରକାରୀ ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳୀ ମାନଙ୍କ ସ୍ଵାଭାବିକ ମୃତ୍ୟୁ ଅବା ଦୁର୍ଘଟଣା ଜନିତ ମୃତ୍ୟୁ ପରେ ପରିବାର ବର୍ଗଙ୍କ ମଧ୍ୟରୁ ମନୋନୀତ ବ୍ୟକ୍ତି ହିଁ ପ୍ରକୃତ ହିତାଧିକାରୀ ହେବେ ଯିଏ ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପାଇବାରେ ସକ୍ଷମ ହେବେ । କିନ୍ତୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଚଢ଼େଇଗୁଡ଼ା, ବୁଟିଗୁଡ଼ା କଲୋନୀ , କୁଡୁମୁଲୁଗୁମ୍ମା , ଜାମୁଗୁଡ଼ା ତଥା ପୁଜାରୀଗୁଡ଼ା ଭଳି ଅନେକ ଆଦିବାସୀ ପ୍ରବଣ ଅଞ୍ଚଳରୁ ଜନ ସାଧାରଣଙ୍କ ଅସଚେତନତା ଏବଂ ଶିକ୍ଷାଭାବର ଭରପୁର ଫାଇଦା ଉଠାଇବା ଦିଗରେ ସକ୍ଷମ ହୋଇଛନ୍ତି ଜଙ୍ଗଲ ବିଭାଗର ମହିଳା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ । ଏହା ସହ ଉଠିଥିବା ସଂଶୟ ଭିତ୍ତିରେ ଜିଲ୍ଲା ବନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ମଣ୍ଡଳଙ୍କ ପ୍ରତିକ୍ରିୟା ମଧ୍ୟ ଇତି ମଧ୍ୟରେ ସାମ୍ନାକୁ ଆସିଛି । ଶ୍ରୀ ମଣ୍ଡଳ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ନିଜେ ସାମ୍ପ୍ରତିକ ଘଟଣାକୁ ଗୁରୁତ୍ଵର ସହ ସ୍ଥାନୀୟ ଅଞ୍ଚଳରେ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରିବେ ଏବଂ ଏହା ସମେତ ନବରଙ୍ଗପୁରରୁ ଏକ ସ୍ବତନ୍ତ୍ର ଟିମ୍ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ତେବେ ସମ୍ବାଦ ପରିବେଷଣର ୧୨ ଘଣ୍ଟା ନ ପୁରୁଣୁ ପ୍ରଶାସନଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳି ଯାଇଛି । ଏହି ଜରିଆରେ ଆର୍ଥିକ ଶୋଷଣର ଶୀକାର ହୋଇଥିବା ହିତାଧିକାରୀ ମାନେ ପ୍ରଶାସନ ନିକଟରେ ପଇସା ଫେରି ପାଇବାର ଆଶା ମଧ୍ୟ ଉଦ୍ଜିବିତ ହୋଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହା ଛତ୍ର ଛାୟା ତଳେ ରହି ଫରେଷ୍ଟ୍ର ପଦ୍ମିନୀ ପଟ୍ଟନାୟକ ଏହି ଭଳି କାର୍ଯ୍ୟ କରିବାକୁ ସାହସ କରୁଥିଲେ ତାହାବି ତଦନ୍ତ ସାପେକ୍ଷ l ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ବିନା ଇଂଗତ ରେ ତଳ କର୍ମଚାରୀ ସାହସ କରିବେ କେମିତି..? ପୁଣି ସେ ନିଃସର୍ତ୍ତ ପ୍ରତିନିଧି ଙ୍କୁ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏଥିରେ ଉଚ୍ଚପଦସ୍ତ ଅଧିକାରୀ ଵି ସାମିଲ ଅଛନ୍ତି ତେଣୁ ଏହାକୁ ହାଲକା ଭାବରେ ନନେଇ ସଠିକ ତଦନ୍ତ ର ଆବଶ୍ୟକ ରହିଛି, ନଚେତ ବିଭାଗ ର ଦୁର୍ବଳତା କୁ ଲୁଚାଇବାକୁ ଯାଇ ମାର ମାର ଭଣ୍ଡାରୀ କୁ ମାର ନୀତି ନ ହେଉ ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ମତ ଦେଇଛନ୍ତି l ସମ୍ପୃକ୍ତ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଛୋଟ ମାଛ କୁ ବଳି ନଚଢାଇ ବଡ଼ ମାଛ କୁ ଧରିବା ଜରୁରୀ ବୋଲି ସାଧାରଣ ରେ ଦାବି ହେଉଛି ଏହାକୁ ନେଇ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ଜରୁରୀ l ସରକାର କେନ୍ଦୁ ପତ୍ର ତୋଳାଳି ଓ ତାଙ୍କ ପରିବାର ପାଇଁ ଯେଉଁ ସବୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ମାନ ନେଇଛନ୍ତି ଏହି ଭଳି ଦୁର୍ନୀତି ଗ୍ରସ୍ତ ଅସାଧୁ ଅଫିସର ମାନଙ୍କ ପାଇଁ ସରକାର ଆଜି ବଦନାମ…!

ad-week
Leave A Reply

Your email address will not be published.