ମାନବିକତା ଦେଖାଇଲେ ପୁଲିସ ବାବୁ ମାଓନେତାଙ୍କ ମା’ଙ୍କ ଶେଷକୃତ୍ୟ ସମ୍ପନ…

add-all

ମାଲକାନଗିରି// ଚିତ୍ରକୋଣ୍ଡା ୧୦/୦ – ଏବେବି ବଞ୍ଚଛି ମାନବିକତା ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମାଓପ୍ରବଣ ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରେ ଥିବାସିଲେରୁ ଥାନା ଅନ୍ତର୍ଗତ କମୁଲୁୱାଡା ଗାଁରେ । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ରେ କାର୍ଯ୍ୟରତ ମାଓନେତା ଜଗନ୍ନଙ୍କ ମା ଙ୍କ ଅକାଳ ବିୟଗ୍ ହୋଇଥିବା ବେଳେ ମାଓ ନେତାଙ୍କ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ
ଦର୍ଶନ କରିପାରି ନଥିଲେ। ମାଓନେତାଙ୍କ ମା’ଙ୍କ ପରଲୋକ ଖବର ପାଇ ସିଲେରୁ ଥାନା ଏ ଏସଆଇ. ରାମକୃଷ୍ଣା ସଙ୍ଗେ ସଙ୍ଗେ କମୁଲୱାଡା ଗାଁରେ ପହଞ୍ଚିଥିଲେ। ପୁଲିସ ସହକର୍ମୀଙ୍କ ସହ ନିଜେ ମହିଳାଙ୍କ ମୃତଦେହକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ। ସେଠାରେ ରୀତିନୀତି ଅନୁଯାଇ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ପାଇଁ ପରିବାରର ଅନ୍ୟମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଶେଷସମୟରେ ସୀତାମାଙ୍କ ନିକଟରେ ଦୁଇ ପୁଅ ନଥିବା ବେଳେ ପୁଲିସର ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।
ମା’ଙ୍କ ଦେହାନ୍ତ ପରେ ମିଳିଲାନି ଚାରି କାନ୍ଧ। ଗ୍ରାମବାସୀ ଭୟଭୀତ ହୋଇ ପଡିଥିଲେ। ମା’ଙ୍କ ଶେଷ ଦର୍ଶନ ପାଇଁ ମାଓନେତା ବି ଆସିପାରିଲେନି। କିନ୍ତୁ ମାନବିକତା ଦେଖାଇ ପୁଲିସ ବାବୁ ପୁଅ ହୋଇ ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଆନ୍ଧ୍ରର ମୋଷ୍ଟ ୱାଣ୍ଟେଡ୍ ମାଓନେତା କାଜୁରି ପାଣ୍ଡାନା ଓରଫ (ଜଗନ୍ନ)ଙ୍କ ମା’ ସୀତା ଆଗାଙ୍କ ଆଜି ଦେହାନ୍ତ ଘଟିଥିଲା । ପୋଲିସ ବାବୁଙ୍କ ଦ୍ଵାରା ଏହି ଭଳି ମହତ କାର୍ଯ୍ୟ ସମ୍ପାଦନ ହେବାପରେ ଚାରିଆଡୁ ପ୍ରଶଂସା ଛୁଟିବାରେ ଲାଗିଛି ।

ad-week
Leave A Reply

Your email address will not be published.