ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଧମକ। ଥାନାରେ ମାମଲା ରୁଜୁ…

add-all

ହିଞ୍ଜିଳିକାଟୁ,୯।୩ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡାକ ବିଶ୍ବାଳଙ୍କୁ ଗାଁର ୨ଜଣ ଯୁବକ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।ସୂଚନାନୁସାରେ ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ଵଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ ଡାକ ବିଶ୍ୱାଳ ତାଙ୍କ ଅଫିସରେ ବସିଥିଲେ। ସେତିକିବେଳେ ୨ଜଣ ଜୈଲ ଫେରନ୍ତା ଯୁବକ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ନିକଟସ୍ଥ ପାହାଡ଼କୁ ଟେକି ନେଇ ହାତ,ଗୋଡ଼ ଭାଙ୍ଗି ଦେବାକୁ ଧମକ ଦେଇଥିଲେ। ଏନେଇ ପୂର୍ବତନ ସରପଞ୍ଚ ବିଶ୍ବାଳ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ୧୪୯/୨୩ ରେ ମାମଲା ରୁଜୁ କରି ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.