ବସ ଭିତରେ ଶୋଇଥିଲା କଣ୍ଡକ୍ଟର, ନିଆଁ ଲାଗି ଜୀବନ ଗଲା…

add-all

ବେଙ୍ଗାଲୁରୁ: ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ କଣ୍ଡକ୍ଟର। ନିଆଁ ଲାଗିବାରୁ ଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଲିଙ୍ଗଧିରାନଲ୍ଲୀରେ ଥିବା ବସଷ୍ଟାଣ୍ଡରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)ର ଏକ ବସ୍ ଠିଆ ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ଏହାଫଳରେ ଭିତରେ ଶୋଇଥିବା ୪୫ବର୍ଷିୟ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ମୃତକଜଣକ ମୁଥାୟା ସ୍ବାମୀ ବୋଲି ଜଣା ପଡିଛି।
ଡିସିପି ଲକ୍ଷ୍ମଣ ବି ନିମ୍ବାର୍ଗୀଙ୍କ ଅନୁଯାୟୀ ସୁମନାହାଲୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ବିଏମଟିସି ବସ୍‌ରେ ନିଆଁ ଲାଗିଯାଇଥିଲା। ବସ୍ ଡ୍ରାଇଭର ପ୍ରକାଶ (୩୯) ଭୋର ପ୍ରାୟ ୪ଟା ୪୫ରେ ନିଆଁ ଲାଗିଥିବା ଦେଖିଥିଲେ। ପ୍ରକାଶ ଗୁରୁବାର ରାତି ପ୍ରାୟ ୧୦ଟା ୩୦ରେ ଡି ଗ୍ରୁପ୍ ଷ୍ଟପରେ ଗାଡି ପାର୍କିଂ କରି ବସଷ୍ଟାଣ୍ଡରେ ଥିବା ଏକ ବିଶ୍ରାମ କକ୍ଷରେ ଶୋଇବାକୁ ଚାଲି ଯାଇଥିଲେ। ହେଲେ କଣ୍ଡକ୍ଟର ମୁଥାୟା ବସରେ ଶୋଇବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କୁ ଜଣାନଥିଲା, ତାଙ୍କର ଏ ନିଷ୍ପତ୍ତି ତାଙ୍କୁ ଏତେ ଭାରୀ ପଡ଼ିବ। ତେବେ ନିଆଁ କେମିତି ଲାଗିଲା, ତା’ର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ad-week
Leave A Reply

Your email address will not be published.