
ହିଞ୍ଜିଳିକାଟୁ ୧୦।୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୪ ଦାରିଖ ଠାରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ ହେବ। ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ପାଳନ ଅବସରରେ ଟିପିସୋଲ(ଟିପିଏସଓଡିଏଲ) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ବିଦ୍ୟୁତ ବିଭାଗୀୟ ଲାଇନମେନ , ହେଲପର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସମ୍ପର୍କିତ ବିଭିନ୍ନ ଦୁର୍ଘଟଣା ବିଷୟରେ ଅବଗତ କରାଇ ଏହାର ସୁରକ୍ଷା ପାଇଁ ସେମାନେ କିଭଳି ଜାଗ୍ରତ ଓ ଯତ୍ନବାନ ହେବେ ସେ ସମ୍ପର୍କରେ ଫ୍ଳାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଇଥିଲେ ।ସଚେତନତା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଉପଭୋକ୍ତା ହେଉ କିମ୍ବା, ଆଇନମ୍ୟାନ ସହ ଗାଇ ଗୋରୁ ପଶୁପକ୍ଷୀ କାହାକୁ କୌଣସି ପ୍ରକାର କ୍ଷତି ନ ହେଉ ଏ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ନିର୍ଵାହୀ ଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ଦାସ ହିଞ୍ଜିଳିକାଟୁ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ବରିଷ୍ଠ ଲାଇନମେନ ଶ୍ରୀକାନ୍ତ ସାହୁ, ଲାଇନମ୍ୟାନ ସୀମାଞ୍ଚଳ ପ୍ରଧାନ, ଲାଇନମ୍ୟାନ ସଂଗ୍ରାମ କେଶରୀ ସାହୁ, କୈଳାସ ଚନ୍ଦ୍ର ଗୌଡ, ଲାଇନମ୍ୟାନ ସୁନିଲ ନାହାକ ସେଫଟି ସୁପରଭାଇଜର ବିଶ୍ୱ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ବିଦ୍ୟୁତ ଦୁର୍ଘଟଣା କିଭଳି ହୋଇଥାଏ ଏବଂ ଏହାର ସୁରକ୍ଷିତ ପାଇଁ ନିଜକୁ କିଭଳି ସାବଧାନତା ରଖିବାକୁ ହେବ , କାର୍ଯ୍ୟ କ୍ଷେତ୍ରରେ କିଭଳି ସୁରକ୍ଷା ସାମଗ୍ରୀ ପିନ୍ଧି ଓ ବ୍ୟବହାର କରିବା ସେ ସମ୍ପର୍କରେ ବୁଝାଇଥିଲେ ।
ଶେଷରେ ବିଦ୍ୟୁତ ସୁରକ୍ଷା ଅଧିକାରୀ ଐସୂରିଆ ମିଶ୍ର ଉପସ୍ଥିତ ସମସ୍ତ ଲାଇନ ମେନ , ହେଲପର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ବିଦ୍ୟୁତ ସୁରକ୍ଷା ଓ ସାବଧାନତା ଉପରେ ଶପଥ ପାଠ କରାଇଥିଲେ ।