ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା…

add-all


ବ୍ରହ୍ମପୁର : ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା କେନ୍ଦ୍ର ମାନଙ୍କରେ ଘଣ୍ଟାଏ ଆଗରୁ ପହଞ୍ଚିବ ପ୍ରଶ୍ନପତ୍ର ପହଞ୍ଚି ଥିବା ବେଳେ ଗୋଟାଏ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ ମାନେ ଧାଡି ବାନ୍ଧି ନିଜ ନିଜ ପରୀକ୍ଷା କେନ୍ଦ୍ର କୁ ପ୍ରବେଶ କରିଥିଲେ।। ପୋଲିସ ଏସ୍କର୍ଟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ନେଇ ଜଣାପଡ଼ିଛି । ମୋଟ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିଛି । ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ଶିକ୍ଷକଙ୍କ ମୋବାଇଲ ସ୍ପିଚ୍ ଅଫ୍ ମୋଡରେ ନିର୍ଦ୍ଦିଷ୍ଟସ୍ଥାନରେ ରହିଥିଲେ। ଚଳିତ ବର୍ଷ ୩,୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା । ଗଂଜାମ ଜିଲ୍ଲାରେ ୬୩୫ ଟି ସ୍କୁଲର ଛାତ୍ରଛାତ୍ରୀ ୨୧୪ ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଏଥି ପାଇଁ ୧୬ ଗୋଟି ନୋଡ଼ାଲ୍ ସେଟଂର ନିର୍ମାଣ ହୋଇଛି । ରେଗୁଲାର ଏବଂ ଏକ୍ସରେଗୁଲାରେ ୪୨ ହଜାର ୪୮୬ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ମଧ୍ୟମାରେ ୮୭ ଜଣ ଏବଂ ଏସ୍‌ଓସିଏଚ୍‌ରେ ୫୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥି ପାଇଁ ୫୧ ଗୋଟି ଡ଼େସାପାଚ୍ ଟିମ୍ ଗଠନ କରାଯାଇଛି । ଏଥି ପାଇଁ ୫ ସ୍ତରୀୟ ସ୍କାଡ଼୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସହ ଅବଜରଭର ମାନଙ୍କ ମଧ୍ୟ ବ୍ୟବସ୍ଥା ହୋଇଥିଲା । ଆଜି ପ୍ରଥମ ଦିନରେ ମାତୃଭାଷା ରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ।ବେଶ ଉତ୍ସାହ ସହିତ ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ପରିଲାଖିତ ହୋଇଥିଲା।

ad-week
Leave A Reply

Your email address will not be published.