ମୋଦୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଚାହୁଁଛି: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ…

add-all

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଗିରିରାଜ ସିଂ ଆଜି କଂଗ୍ରେସ ଦଳ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ କଂଗ୍ରେସ ଚାହୁଁଛି। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ଢିଲା ସୁରକ୍ଷାକୁ ଦର୍ଶାଇ ଗିରିରାଜ ସିଂ କହିଛନ୍ତି ଯେ କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେ କହିଛନ୍ତି, ଆଦାନୀ କେବଳ ଏକ ବାହାନା, ମୋଦୀଙ୍କୁ ଗାଳି କରିବାକୁ କଂଗ୍ରେସ ଚାହୁଁଛି | ଦଶ ବର୍ଷ ମଧ୍ୟରେ ତାଙ୍କ ସରକାର ବିବାଦ ଘେରକୁ ଆସିଥିଲେ। ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ନୂଆ ଆଶା ସଂଚାର କରିଛନ୍ତି | ଗିରିରାଜ ସିଂ କହିଛନ୍ତି, ବର୍ତ୍ତମାନ ଏହି ଲୋକମାନେ କହୁଛନ୍ତି ଯେ ମୋଦୀ ଗଲା ପରେ ହିଁ ଏହି ସରକାର ଶେଷ ହେବ। ପ୍ରଥମେ ସେମାନେ ଗାଳି କରୁଥିଲେ, ମୋଦୀଙ୍କୁ ମୃତ୍ୟୁର ସୌଦାଗର କହୁଥିଲେ |
ମୋଦୀଙ୍କର ମୃତ୍ୟୁ ହେଇଯାଉ ବୋଲି କହୁଥିଲେ ଓ ଏବେ ମୋଦୀଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି | କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସରକାରରେ ପଞ୍ଜାବ ଯାଇଥିଲେ ସେତେବେଳେ ତାଙ୍କୁ ଫ୍ଲାଏଓଭର ମଝିରେ ଅଟକାଇ ଦିଆଯାଇଥିଲା ଏବଂ ତାଙ୍କୁ ହତ୍ୟା କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିଲା। ତାଙ୍କ ମୃତ୍ୟୁ ବିଷୟରେ କଂଗ୍ରେସ ଏବେ କହିବା ଆରମ୍ଭ କରିଛି। ସେମାନଙ୍କର ନେତାମାନେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ବିଷୟରେ କହିବା ଆରମ୍ଭ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ ଯାଇ ଭାରତକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ |

ad-week
Leave A Reply

Your email address will not be published.