ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରି ସମସ୍ୟାର ସମାଧାନ କରନ୍ତୁ ସରକାର

add-all

ବ୍ରହ୍ମପୁର : ମାଟ୍ରିକ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଚିହ୍ନଟ କରି ସମସ୍ୟାର ସମାଧାନ କରନ୍ତୁ ସରକାର, ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିବା ୧୫,୦୦୦ ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଗଲେ କୁଆଡେ? ରାଜ୍ୟରେ ନାବାଳିକା ବିବାହ ,ଦାଦନ ଶିଶୁ ଶ୍ରମିକ ସମସ୍ୟାର ସମାଧାନ ଦାବିରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ତରଫରୁ ଖଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ରାଜ୍ୟ ସହ ସମ୍ପାଦକ ସ୍ଵାଗତ କୁମାର ତ୍ରିପାଠୀ, ବ୍ରହ୍ମପୁର ମହାନଗର ସମ୍ପାଦକ ମୋହନ ରାଓ, ବିଭାଗ ସୋସିଆଲ ମିଡ଼ିଆ ସଂଯୋଜକ ସୁନିଲ ଦୋରା, ଗଞ୍ଜାମ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଅଜୟ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିତ ରଥ, ସୁଶାନ୍ତ ସୁଭାଶିଷ,ଲିଲୁ,ସ୍ଵପ୍ନେଶ୍ୱର୍,ସାଗର,ଶିବପ୍ରସାଦ,ରାଜେଶ, ସୁଶିଲ, ମୋହିତ ଆଦି ମହାନଗର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.