ଟିକିରି ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ହାଣ୍ଡି ବାଲଟି ଧରି ରାସ୍ତା ରୋକ କଲେ ମହିଳା…

add-all


କାଶିପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରିରେ ପାନିୟଜଳ ସମସ୍ୟାକୁ ନେଇ ମହିଳା ମାନେ ଟିକିରି ମୁଖ୍ୟ ରାସ୍ତାରେ ହାଣ୍ଡି, ବାଲଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନ ବାହାନ ଅଟକି ରହିଛି।ଖବର ପାଇ ଘଟଣା ସ୍ଥଳରେ ଟିକିରି ପୁଲିସ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରୁଛି।ଦିର୍ଘ ଦିନ ଧରି ଟିକିରି ଅଞ୍ଚଳରେ ଥିବା ବିଭିନ୍ନ ସାହିର ଷ୍ଟାଣ୍ଡ ପୋଷ୍ଟରେ ସଠିକ ଭାବରେ ପାନିୟ ଜଳ ଆସୁନଥିବାରୁ ମହିଳାମାନେ ରାସ୍ତାରୋକ କରିଛନ୍ତି।କାଶିପୁର ବ୍ଲକ ପାନୀୟ ଜଳ ଜଗାଣ ଯନ୍ତ୍ରୀ ସୁବେଶ ରଥ ପହଞ୍ଚି ତଦାରଖ କରି ଯୁଧ୍ୟ କାଳୀନ ସ୍ଥିତିରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିସୃତି ଦେଲା ପରେ ରାସ୍ତାରୋକ ଉଠିଥିଲା।

ad-week
Leave A Reply

Your email address will not be published.