ଦାଦନ ସମସ୍ୟା ଦିନକୁ ଦିନ ବିକରାଳ ରୂପ ନେଉଛି…

add-all

ବ୍ରହ୍ମପୁର : ଓଡିଶା ସରକାରଙ୍କ ଅବହେଳା ଯୋଗୁଁ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବିକରାଳ ରୂପ ଧାରଣ କରି ନିରୀହ ଜନତା ଙ୍କ ପ୍ରାଣ ହାନି ହେଉଛି, ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ତୁରୁବୁଡି ପଂଚାୟତ ଝଗଡାପଲ୍ଲୀ ଗ୍ରାମର ତିନି ଜଣ ଯୁବକ ସହ ଦିଗ ପହଣ୍ଡି ବ୍ଲକ ର ପିମ୍ପଳା ପଦର ଗ୍ରାମର ଜଣେ ଯୁବକ ହାଇଦ୍ରାବାଦ ର ନାଗରପଲ୍ଲୀ ଅଞ୍ଚଳର ଏକ ଘରେ ରହି ଦାଦନ ଖଟୁ ଥିବାବେଳେ ଗତ 6ରିଖ ଦିନ ବିଡ଼ିଏଲ ବାନୁର ଥାନା, hyderabad ପୋଲିସ ଜଣେ ଶ୍ରମିକର ମୃତ ଦେହ ଜବତ କରିବା ସହ ଗୁରୁତର ଅବସ୍ଥାରେ ତିନିଜଣ ଶ୍ରମିକଙ୍କୁ ଉଦ୍ଧାର କରି ଥିଲା.ମୃତକ ଜଣକ ହେଲେ ଝଗଡାପଲ୍ଲୀ ଗ୍ରାମର ବିଶ୍ଵନାଥ ଦଳେଇ(35) ସହ ଦୁଇ ଦିନ ପରେ ଅଭି ଦଳାଇ ବି ମରିଗଲେ ଓ ଆହତ ମାନେ ସେହି ଗ୍ରାମର ନିରଞ୍ଜନ ଦଳେଇ ଓ ଦିଗପହଣ୍ଡି ବ୍ଲକ ପିମ୍ପଳା ପଦର ଗ୍ରାମର ଟୁକୁନା ନାୟକ ବୋଲି ପୋଲିସ କହିଛି l ଆହତଙ୍କ ସାର୍ଟ ପକେଟରୁ ମୋବାଇଲ ନମ୍ବର ସଂଗ୍ରହ କରି ସମ୍ପୃକ୍ତ ପରିବାର ସହ ଯୋଗାଯୋଗ କରିଛି ବାନୁର ପୋଲିସ l ସେଠାକାର ପୋଲିସର ସୂଚନା ଅନୁଯାଇ ଚାରି ଯୁବକ ଗୋଟିଏ ଘରେ ରହି ଶ୍ରମିକ ଭାବେ କାମ କରୁଥିବାବେଳେ ସକାଳୁ ଉକ୍ତ ଘରୁ ଜଣେ ଶ୍ରମିକର ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହେଇଥିବା ବେଳେ ତିନି ଜଣ ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନରେ ଭର୍ତି କରାଯାଇଛି l ଘଟଣା ପରେ ମୃତକଙ୍କୁ ବ୍ୟବଛେଦ ପାଇଁ ପଠାଇବା ସହ ସମ୍ପୃକ୍ତ ପରିବାରକୁ ସୂଚନା ଦେବା ସହ ତୁରନ୍ତ ଶିକନ୍ଦରାବାଦ ଆସିବାକୁ କୁହା ଯାଇଥିଲା କିନ୍ତୁ ଶବ ପରିବାରକୁ ଗାଁ କୁ ଆଣିବାକୁ ଦେଇ ନଥିଲେ.ll ଅନ୍ୟପଟେ ସେଠାକାର ପୋଲିସ ଠାରୁ ସୂଚନା ପାଇ ମୃତ ବିଶ୍ୱନାଥଙ୍କ ସ୍ତ୍ରୀ ଓ ବାପା ମା ଭାଙ୍ଗି ପଡିଛନ୍ତି. ସ୍ଥାନୀୟ ଭାଷା ଆସୁନଥିବା କାରଣରୁ ହୁଏତ ପ୍ରାନ୍ତ ବାଦ ଓ ଭାଷାବାଦ ହିଂସାର ଶିକାର ହୋଇ ଥିବ ର ଚର୍ଚ୍ଚା ଶୁଣିବାକୁ ମିଳୁଛି. . ଆଜି ଦୁଇ ଜଣେ ବ୍ରହ୍ମପୁର ଆସିଲେ ସେଥରୁ ପିମ୍ପଳା ପଦାରର ଟୁକୁନା ନାୟକ mkcg ଦେହ ଅତ୍ୟନ୍ତ ଖରାପ ଥିବାରୁ ଗତ କାଲି ତାଙ୍କୁ ଆଡମିଟ କରାଯାଇଥିଲା.. ଆଜି ଉପ ଜିଲ୍ଲାପାଳ ଆଶୁତୋଷ କୁଲ କର୍ଣ୍ଣି ଙ୍କୁ ମିଶି ନିରପେକ୍ଷା ତଦନ୍ତ କରିବାକୁ ଦାବୀ କରିବା ସହ ଟୁକୁନା ନାୟକ ଙ୍କୁ ପୁରା ସମ୍ପୂର୍ଣ ସରକାରୀ ଖର୍ଚ୍ଚା ରେ ଚିକିତ୍ସା କରିବା ପାଇଁ ଅନୁରୋଧ କରାଯାଇଛି, ଏବଂ ଆଜି ପୁଣି ଥରେ ଟୁକୁନା କୁ m k c ରେ ଚିକିତ୍ସା ପାଇଁ ଆଡମିଟ କରାଗଲା. କିନ୍ତୁ ଦୁଃଖର କଥା ଉପ ଜିଲ୍ଲା ପାଳ ଆଉ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ ବୋଲି ନାହିଁ ବୋଲି ଅପମାନ ଦେଇ କହିଥିଲେ. ଯଦି ଜଣେ ଉପ ଜିଲ୍ଲାପାଳ ଦାୟିତ୍ୱରେ ରହି ଏହିପରି କହିବେ ଗରିବ ଜନତା କାହାକୁ ଗୁହାରି କହିବେ ବୋଲି ଶ୍ରୀକାନ୍ତ ପାଢ଼ୀ ପ୍ରଶ୍ନ କରିଛନ୍ତି.ଆଜି ସାଥିରେ ଆହତ ହୋଇଥିବା ଟୁକୁନା ନାୟକ, ତାଙ୍କ ବାପା ଜୁରିଆ ନାୟକ, ତାଙ୍କ ମା ଏବଂ ତାଙ୍କ ଭାଇ ଏବଂ ମହେଶ ପାଣିଗ୍ରାହୀ ଉପସ୍ଥିଷ୍ଠ ଥିଲେ.

ଗତ 23 ବର୍ଷ ଧରି ଯଦି ତିଳେ ମାତ୍ର ଦାଦନ ସମସ୍ୟା ଉନ୍ମୁଳନ ଦିଗରେ କିଛି ପଦକ୍ଷେପ ନିଆ ଯାଇଥାନ୍ତା ତାହେଲେ ରଜ୍ୟରେ ସର୍ବାଧିକ ଦାଦନ ସମସ୍ୟା ର ସମ୍ମୁଖୀନ ହେଉଥିବା ଗଞ୍ଜାମ ଜିଲ୍ଲା ର ଯୁବକ ମାନଙ୍କ ଏଭଳି ଧନ ଜୀବନ ହାନି ହୋଇ ନଥାନ୍ତ

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ 23 ବର୍ଷରେ ମୁଖ୍ୟମନ୍ତ୍ରୀ ଥିବ ସତ୍ୱେ ଗଞ୍ଜାମ ଯୁବ ବର୍ଗର ଦୟନୀୟ ଅବସ୍ଥା ଅତି ଦୁଃଖ ର ବିଷୟ.

ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ତ୍ୱରିତ ପଦକ୍ଷପ ଗ୍ରହଣ କରି ମୃତ ଦାଦନ ମାନଙ୍କ ପରିବାର ସଦଶ୍ୟଙ୍କୁ ସରକାରୀ ଚାକିରୀ ସହ 25 ଲକ୍ଷ ଟଙ୍କା ଏବଂ ଆହାତ ବ୍ୟକ୍ତିଙ୍କୁ ମେଡିକାଲ ସୁବିଧା ସହ 10 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦିଆଯିବା ଲାଗି ସ୍ଵରାଉତ୍ତୋଳନ କରାଯିବ l

ad-week
Leave A Reply

Your email address will not be published.