ପଞ୍ଚମ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

add-all

ହିଞ୍ଜିଳିକାଟୁ ୨୧।୩ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମର୍ଣିଙ୍ଗ କ୍ରିକେଟ କ୍ଳବ ଆନୁକୁଲ୍ୟରେ ସୋମବାର ଉଦଯାପିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଟୁର୍ଣ୍ଣାମେଣ୍ଟ ମ୍ଯାଚରେ ଏସସିସି ଚିକିଟି ପେଣ୍ଠ ସହ ମହାଲକ୍ଷ୍ମୀ ଇଲେଭେନ ରେଗିଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ମ୍ୟାଚରେ ମହାଲକ୍ଷ୍ମୀ ଇଲେଭେନ ରେଗିଡି ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲେ। ଵ୍ୟାଟିଂ ର ଆମନ୍ତ୍ରଣ ପାଇ ଏସସିସି ଚିକିଟି ପେଣ୍ଠ ୧୨ ଓଭର ଖେଳି ସମସ୍ତ ୱିକେଟ ବିନିମୟରେ ୯୩ ରନ ସଂଗ୍ରହ କରିଥିଲେ।ଜବାଵରେ ମହାଲକ୍ଷ୍ମୀ ଇଲେଭେନ ରେଗିଡି ଦଳ ୫ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ

କରିଥିଲେ। ଦଳ ତରଫରୁ ଲକି ମେନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ପ୍ରେସକ୍ଳବ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା, ବିଜେଡି ଓଡିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ, ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା ଓ ହିଞ୍ଜିଳିକାଟୁ ଵ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥୁଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ରୋମାଞ୍ଚକର ଜଣାଶୁଣା ଏମ୍ପାର ମିଥୁନ ଓ ଆଲୋକ ପାତ୍ର ପରିଚାଳନା କରିଥିଲାବେଳେ ସ୍କୋରର ଦିପକ ବେହେରା ଓ ନୀଳାମ୍ବର ସାହୁ ଦାୟୀତ୍ୱ ତୁଲାଇଥିଲେ। ଉଦଯାପନି ମ୍ୟାଚକୁ ମର୍ଣିଙ୍ଗ କ୍ରିକେଟ କ୍ଳବ ସଭାପତି ନିଶିକାନ୍ତ ପଣ୍ଡା, ପରିଚାଳନା ସଭାପତି କାଉନସିଲର ବିଭୁ ପ୍ରସାଦ ପଣ୍ଡା, ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଜଗନ ଡାକୁଆ, ଅମୂଲ୍ୟ ପଣ୍ଡା, ଭଗବାନ ପାତ୍ର, ଶ୍ରୀଧର ମହାରଣା, ମୁନା ମହାରଣା, ଚିନମୟ ପଣ୍ଡା, ରାଜା ସାମଲ, ସୁରଜ, ଦିନେଷ, ସନ୍ତୋଷ ଆଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.