ପୁଣି ଡରାଇଲା କରୋନା! କୋଭିଡ୍‌ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ…

add-all

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ଓ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଭାରତରେ ୧,୧୩୪ ନୂଆ କୋରୋନା ମାମଲା ରେକର୍ଡ କରାଯାଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ଏବେ ୭,୦୨୬କୁ ବୃଦ୍ଧି ପାଇଛି। ସେହିପରି ୫ ଜଣଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୫,୩୦,୮୯୧୩କୁ ବୃଦ୍ଧି ପାଇଛି। ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, କେରଳ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ କୋଭିଡ୍‌ରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ଦୈନିକ ପଜିଟିଭିଟି ୧.୦୯ ପ୍ରତିଶତ ଥିବା ବେଳେ ସାପ୍ତାହିକ ପଜିଟିଭିଟି ୦.୯୮ ପ୍ରତିଶତ ରହିଛି।
ବିଶେଷ କରି ୬ଟି ରାଜ୍ୟରେ କୋଭିଡ୍‌ ମାମଲା ବଢ଼ୁଥିବାରୁ ହଠାତ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟମାନଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବୁଧବାର ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ଚିଠି ଲେଖି ପରୀକ୍ଷା, ଚିକିତ୍ସା, ଟ୍ରାକିଂ ଏବଂ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ।
ଚିଠିରେ କୁହାଯାଇଥିଲା ଯେ, କିଛି ରାଜ୍ୟରେ ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ସୂଚାଉ ଥିବା ଅଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି ଏବଂ ମହାମାରୀ ବିରୋଧରେ ଲଢ଼େଇରେ ଏପର୍ଯ୍ୟନ୍ତ ହାସଲ ହୋଇଥିବା ସଫଳତାକୁ ନ ହରାଇ ସଂକ୍ରମଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ବିପଦ ଆକଳନ ଭିତ୍ତିକ ଆଭିମୁଖ୍ୟ ଅନୁସରଣ କରିବାର ଆବଶ୍ୟକତା ରହିଛି।

ad-week
Leave A Reply

Your email address will not be published.