ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ…

add-all

ଯାଜପୁର : ଆମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ। ଏହା ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ।

ମୃତ ମହିଳା ହେଲେ ଜାରକା କୁମାରୀ ଅଞ୍ଚଳର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ ଗେଡି ଗୁଇଁ (୪୮)। ଆଜି ଭୋର ସମୟରେ ଶୌଚ ହୋଇ ୧୬ନଂ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଜାତୀୟ ରାଜପଥ ପାର୍ଶ୍ଵରେ ରହୁଥିବା ପରିବାର ଲୋକେ ଏହି ଖବର ପାଇ ୧୦୮ଆମ୍ବୁଲାନ୍ସକୁ କଲ କରିଥିଲେ। ତେବେ ଆମ୍ବୁଲାନ୍ସ ନଆସିବାରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏକ ଠେଲାରେ ପକାଇ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାକୁ ନେଇ ଆସିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକେ ଅସନ୍ତୋଷ ଜାହିର କରିଥିବା ବେଳେ ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.