ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ…

add-all

ଭୁବନେଶ୍ବର: ଅମଳ ହେଉଥିବା ଅଧିକ ଧାନ ଓ ଭାଗ ଚାଷୀଙ୍କୁ ନେଇ ବିଧାନସଭା ପ୍ରଶ୍ନ କାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁହାଁମୁହିଁ ହୋଇଛନ୍ତି।

ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁଯାୟୀ ଭାଗ ଚାଷ ବେଆଇନ। ଯିଏ ଭାଗ ଚାଷ କରିବ ଆଉ ଯିଏ ଭାଗ ଦେବ ତାକୁ ଦଣ୍ଡ ଦେବା ସହ ସରକାର ସେ ଜମିକୁ ନିଜ ଅଧୀନକୁ ନେଇଯିବେ। ତେବେ ମନ୍ତ୍ରୀ କେମିତି କହିଲେ ଭଦ୍ରକ ଜିଲ୍ଲାରେ ଭାଗ ଚାଷୀଙ୍କ ସଂଖ୍ୟା? ସେହିପରି ସରକାର ଅଧିକ ଫସଲ ଅମଳ କରୁଥିବା କହୁଛନ୍ତି କିନ୍ତୁ ଅଣଜଳସେଚିତ ଜମିରୁ ୧୩ କୁଇଣ୍ଟାଲ ଓ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଧାନ କିଣୁଛନ୍ତି। ତେବେ ବଳକା ଧାନ କିଣିବ କିଏ ?’

ସେପଟେ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଥିଲେ ନରସିଂହ। କହିଥିଲେ ମନ୍ତ୍ରୀ ମୋ ପ୍ରଶ୍ନ ଉତ୍ତର ନ ରଖି ଗୋଳାଉଛନ୍ତି। ଏହା ମଧ୍ୟରେ କିଛି ସମୟ ପାଇଁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ ହୋଇଥିଲେ। ପରେ ବାଚସ୍ପତି ନରସିଂହଙ୍କୁ କହିଥିଲେ ମନ୍ତ୍ରୀ ପରବର୍ତ୍ତୀ ସମୟରେ ଆପଣଙ୍କୁ ତଥ୍ୟ ଯୋଗାଇ ଦେବେ। ଏହାପରେ ଉଭୟ ନିଜ ଆସନରେ ବସିଥିଲେ।

ad-week
Leave A Reply

Your email address will not be published.