ବେଆଇନ୍‌ ଦରଘାକୁ ଉଚ୍ଛେଦ କଲା ବିଏମସି

add-all

ମୁମ୍ବାଇ : ମୁମ୍ବାଇର ବ୍ରିହାନମୁମ୍ବାଇ ମୁନ୍ସିପାଲ କର୍ପୋରେଶନ(ବିଏମସି) ଗୁରୁବାର ମହିମ ଇଲାକାରେ ଏକ ବେଆଇନ୍‌ ଦରଘାକୁ ଉଚ୍ଛେଦ କରିଛି। ଏମଏନ୍‌ଏସ ମୁଖ୍ୟ ରାଜ ଠାକରେ ଏହି ନିର୍ମାଣଟି ସରକାରୀ ଜମିକୁ ବେଆଇନ ଜବରଦଖଲ କରାଯାଇ ଗଢ଼ିଉଠିଥିବା ଅଭିଯୋଗ ଆଣିଥିଲେ। ଏହା ପରେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ଏହି ଦରଘାକୁ ଉଚ୍ଛେଦ ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଥିଲା। ବୁଲଡୋଜର ଲଗାଇଯାଇ ଏହି ବେଆଇନ ଦରଘାକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପରେ ଟ୍ରକ୍‌ ମାଧ୍ୟରେ ଭଗ୍ନାଂଶ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ବୁଧବାର ଗୁଡ଼ିପଡ଼ୱାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ରାଜ ଠାକରେ କହିଥିଲେ ଯେ, ମୁମ୍ବାଇର ମହିମ ସମୁଦ୍ରକୂଳରେ ବେଆଇନ୍‌ ଭାବେ ଦରଘା ଗଢ଼ି ଉଠିଛି। ଇଏ କାହା ଦରଘା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଗୋଟିଏ ମାଛ କି ?
କିଛି ବର୍ଷ ପୂର୍ବେ ଏଠାରେ କୌଣସି ସେମିତି ଜିନିଷ ନଥିଲା ବୋଲି ସେ କହିଛନ୍ତି। ଯଦି ଏହି ବେଆଇନ ନିର୍ମାଣକୁ ଭଙ୍ଗା ନଯାଏ ତେବେ ଆମେ ଗୋଟିଏ ବଡ଼ ଗଣପତି ମନ୍ଦିର ସମାନ ଜାଗାରେ ନିର୍ମାଣ କରିବୁ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ଆକ୍ସନମୋଡ୍‌କୁ ଆସିଥିଲା ବିଏମସି।

ad-week
Leave A Reply

Your email address will not be published.