ଡିବାଲପାଡୁ ଗାଁ ଜାହାଜ ପଡ଼ିଆ ଠାରେ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ…

Independence

କଲ୍ୟାନସିଂପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତ ଅଧିନସ୍ଥ ଡିବାଲପାଡୁ ଗାଁ ଐତିହାସିକ ଜାହାଜ ପଡ଼ିଆ ଠାରେ ବ୍ଲକ୍ ସ୍ତରୀୟ ଜୟ ବଜରଙ୍ଗିବାଲି କ୍ରିକେଟ୍ ଟୁର୍ନାମେଣ୍ଟର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଆଜିର ପ୍ରଥମ ଦିନର ଖେଳରେ ବାଘଡଙ୍ଗର ଓ କାମଟଣା ମଧ୍ୟରେ ପ୍ରାରମ୍ଭ ହୋଇଥିଲା ଏହି ଉଦ୍ଘାଟନି

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଲକ ଖୋ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଙ୍କ ସ୍ବାମୀ ତଥା ବରିଷ୍ଟ ବିଜେଡ଼ି ନେତା ମାଧବ ରାଓ , ପୂର୍ବତନ ବ୍ଲକ ଚେୟାରମେନ୍ ଯୋଗେନ୍ଦ୍ର ୱାଡାକା, ଜଣାଶୁଣା କଳାକାର ସୁପ୍ରିତ୍ ସନ୍ତୋଷ ବଛା ଯୁବ ନେତା ସୁନିଲ ହୁଇକା ଉପସ୍ଥିତ ରହିଥିଲେ । ଏହି ଖେଳ ଦଶ ଓଭର୍ ମଧ୍ୟରେ ହୋଇଥିବା ବେଳେ ସମୁଦାୟ ବତିଶି ଟି ଟିମ୍ ଭାଗ ନେଇ ଖେଳିଥିବା ବିଜେତା ଟିମ୍ କୁ ବାର ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ ଟିମ୍ ଙ୍କୁ ଦଶ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଆଜିର ପ୍ରଥମ ଦିନ ଖେଳରେ ଏମ୍ପାୟର ଭାବେ ସୁରେଶ ତିଆକା ଓ କାମେଶ ପ୍ରାସ୍କା ରହିଥିବା ବେଳେ ଏହି ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳର କ୍ରୀଡ଼ାପ୍ରେମୀ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.