ନିଜ ଦଶମ ଶ୍ରେଣୀର ମାର୍କସିଟ୍‌ ସେୟାର୍‌ କଲେ କୋହଲି…

add-all

ମୁମ୍ବାଇ: ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବେ ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍ (ଆଇପିଏଲ୍‌ ୨୦୨୩) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ରେ ଖେଳିବାକୁ ଥିବା ବିରାଟ କୋହଲି ପ୍ରସ୍ତୁତି ଏକ୍‌ଦମ୍‌ ଜୋର୍‌ଦାର ଆରମ୍ଭ କରିଛନ୍ତି। ତେବେ ଆର୍‌ସିବିର ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ସହ ହେବ। ଏଥିପାଇଁ ବିରାଟଙ୍କୁ ନେଇ ସମସ୍ତ ଆର୍‌ସିବି ପ୍ରଶଂସକ ଆଶା ନେଇ ବସିଛନ୍ତି।
ବର୍ତ୍ତମାନ ବିରାଟ ତାଙ୍କ ଦଶମ ଶ୍ରେଣୀର ମାର୍କସିଟ୍ ପ୍ରଶଂସକଙ୍କ ସହ ସେୟାର୍‌ କରିଛନ୍ତି। ଆପଣ ଦେଖି ପାରୁଥିବେ ଯେ ବିରାଟଙ୍କ ମାର୍କସିଟ୍‌ରେ ସମୁଦାୟ ୫ଟି ବିଷୟ ରହିଛି। ତେବେ ବିରାଟ ଷଷ୍ଠ ସ୍ଥାନରେ ମାର୍କସିଟ୍‌ରେ ସ୍ପୋର୍ଟ (ଖେଳ) ବୋଲି ଲେଖି ଏକ ପ୍ରଶ୍ନବାଚୀ ଦେଇଛନ୍ତି। ଅର୍ଥାତ ଖେଳରେ କେତେ ନମ୍ବର ପାଇବା ଉଚିତ ବୋଲି ସେ ପରୋକ୍ଷରେ ପ୍ରଶଂସକଙ୍କୁ ପଚାରିଛନ୍ତି।
ଉଲ୍ଳେଖଯୋଗ୍ୟ, କ୍ରମାଗତ ପାଞ୍ଚ ବର୍ଷ ଧରି ବିରାଟ କୋହଲି ଦେଶର ସବୁଠୁ ମୂଲ୍ୟବାନ୍ ସେଲିବ୍ରିଟି ଥିଲେ, କିନ୍ତୁ ବର୍ତ୍ତମାନ ସେ ଦ୍ୱିତୀୟ ନମ୍ବରକୁ ଖସି ଆସିଛନ୍ତି। ତାଙ୍କ ସ୍ଥାନରେ ରହିଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ହେଉଛି ୧୭୬.୯ ମିଲିୟନ ଡ଼ଲାର। ଏହାପୂର୍ବରୁ ୨୦୨୦ ମସିହାରେ ବିରାଟ କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୩୭ ମିଲିୟନ ଡ଼ଲାର ଥିଲା ଏବଂ ୨୦୨୧ ମସିହାରେ ୧୮୫.୭ ମିଲିୟନ ଡ଼ଲାରକୁ ଖସିଥିଲା। ରଣବୀର ସିଂହଙ୍କ ବ୍ରାଣ୍ଡ ମୂଲ୍ୟ ଏକ ବର୍ଷରେ ପ୍ରାୟ ୨୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ରେ ରଣବୀରଙ୍କ ବ୍ରାଣ୍ଡ୍ ମୂଲ୍ୟ ଥିଲା ୧୫୮.୩ ମିଲିୟନ ଡ଼ଲାର।

ad-week
Leave A Reply

Your email address will not be published.