ନନ୍ଦାହାଣ୍ଡି ବ୍ଲକ, ବାଣିଆ ଗ୍ରାମରେ ଐତିହାସିକ ବାଲିଯାତ୍ରା ଆରମ୍ଭ…

add-all

ନନ୍ଦାହାଣ୍ଡି (୩୦.୦୩) : ଆଜି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଳକ ବାଣିଆ ଗ୍ରାମରେ “ବାଲିଯାତ୍ରା ” କାର୍ଯ୍ୟକ୍ରମ ରେ ମାନ୍ୟବର ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ମହୋଦୟ ଯୋଗଦାନ କରିଥିଲେ । ଏହି ଅବସରରେ ମାନ୍ୟ ବର ବିଧାୟକ ଙ୍କ ସହଧର୍ମିଣି ଶ୍ରୀମତୀ କୈଶଲ୍ଯା ପ୍ରଧାନୀ, ନନ୍ଦାହାଣ୍ଡି ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅରୁଣ କୁମାର ମିଶ୍ର, ନବରଙ୍ଗପୁର ବିଜୁ ମହିଳା ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ରୁନୁ ଜେନା,ନବରଙ୍ଗପୁର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଶ୍ରୀ ଜଗବନ୍ଧୁ ଜାନୀ, ଯୁବ ବିଜେଡି ନେତା ଶ୍ରୀ ପ୍ରିୟବ୍ରତ ମାଝୀ, ନିଶାନାହାଣ୍ଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ସତ୍ୟ ନାରାୟଣ ଭତ୍ରା, ବିମାଳିଗୁଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଡମୁ ଅମନାତ୍ୟ, ନନ୍ଦାହାଣ୍ଡି ବ୍ଳକ ବିଜେଡି ଛାତ୍ର ସଭାପତି ଶ୍ରୀ ରାକେଶ ସିଂ, ସ୍ଥାନୀୟ ବିଜେଡି କର୍ମୀ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବାଲି ଯାତ୍ରା ଦୀର୍ଘ ବର୍ଷରୁ ପାରମ୍ପରିକ ଭାବେ ଚାଲି ଆସୁଅଛି।

ଆଦିବାସୀ ମାନଙ୍କର ଏହି ବାଲିଯାତ୍ରା ଏକ କୃଷି ଭିତ୍ତିକ ପର୍ବ ହୋଇ ଥିବାରୁ ଏହାକୁ ଵେଶ ଧୁମଧାମ ରେ ପାଳଣ କରିଥାନ୍ତି।ସିଦ୍ଧାନ୍ତ ଭାବେ ଏହି ବାଲି ଯାତ୍ରା 12ଵର୍ଷ କୁ ଥରେ ହୋଇ ଥାଏ । ଏହି ବାଲି ଯାତ୍ରା କରିବା ଦ୍ୱାରା ଚାଷ ବାସ ଭଲ ହୋଇଥାଏ ବୋଲି ସାଧାରଣରେ ଏକ ଧାରଣା ରହି ଆସିଅଛି। ଏବଂ ଗ୍ରାମବାସୀ ମାନେ ମଧ୍ୟ ସୁସ୍ଥ ରହିଥାନ୍ତି ବୋଲି ଗ୍ରାମବାସୀଙ୍କ ମତ । ଏହି ଆଦିବାସୀ ମାନଙ୍କ ବାଲି ଯାତ୍ରା ରେ ଗ୍ରାମ ର ପ୍ରତ୍ୟେକ ଘରୁ ଧାନ, କାନ୍ଦୁଲ,ମୁଗ,ବିରି,ମକା, ମାଣ୍ଡିଆ ଝଟା, ଆଦି ଅନେକ ପ୍ରକାରର ବିହନ ଉପଯୋଗୀ ଶସ୍ୟ ଗଜା କରି ପୂଜା କରାଯାଇଥାଏ।

ad-week
Leave A Reply

Your email address will not be published.