କମେଣ୍ଟ ମାରିବା ଅଭିଯୋଗରେ ଦୁଇ ରୋଡରୋମିଓ ଗିରଫ

add-all

ହିଞ୍ଜିଳିକାଟୁ ୩୦।୩ ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜ ଯିବା ବାଟରେ ବାରମ୍ବାର ପିଛାକରି ଅସଦାଚରଣ କରିବାସହ କମେଣ୍ଟ ମାରୁଥିବା ଅଭିଯୋଗରେ ହିଞ୍ଜିଳି ଥାନା ପୁଲିସ ଦୁଇ ଜଣ ରୋଡ ରୋମିଓକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ହିଞ୍ଜିଳି ଗ୍ରାମ ତାରାତାରିଣୀ ରେଡ ସାହିର ପିଣ୍ଟୁ ଗୌଡ ଓ ଗାଙ୍ଗପୁର ଥାନା ନିମିନା ଅଞ୍ଚଳର ରାକେଶ ମହାପାତ୍ର।
ହିଞ୍ଜିଳିକାଟୁ କଲେଜ ଛାତ୍ରୀଙ୍କୁ କଲେଜ ଠାରୁ ବସଷ୍ଟାଣ୍ଡ ଆସିବା ବେଳେ କିଛି ଯୁବକ କମେଣ୍ଟ ମାରୁଥିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବୁଧବାର ଛାତ୍ରୀ ଜଣଙ୍କ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କରିଥିବା ନେଇ ହିଞ୍ଜିଳି ଥାନାରେ ୧୯୬।୨୩ ରେ ମାମଲା ରୁଜୁ କରି ଦୁଇ ଷ୍ଟ୍ରିଟ ରୋମିଓ କୁ ପୋଲିସ କାବୁ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.