ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି  

add-all

ନୂଆଦିଲ୍ଲୀ : ଆକାଶରେ ପକ୍ଷୀ ସହ ମାଡ଼ ହେଲା ବିମାନ। ବିମାନ ଉଡ଼ାଣ ପରେ ପକ୍ଷୀ ସହିତ ଧକ୍କା ହୋଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମଳିଛି। ଆଜି ଦିଲ୍ଲୀ ବିମାନ ବନ୍ଦରରେ ଏହି ଅଘଟଣ ଘଟିଛି। ଫଳରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।
ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଦୁବାଇ ଅଭିମୁଖେ ଫେଡେକ୍ସ ବିମାନ ଉଡ଼ାଣ ପରେ ଏହା ପକ୍ଷୀ ଧକ୍କା ହୋଇଥିଲା। ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବିମାନବନ୍ଦର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଇତ୍ୟାଦି ଡକାଯାଇଥିଲା। ସୂଚନାନୁସାରେ, ଫେଡେକ୍ସ ବିମାନ ଉଡ଼ାଣ ପରେ ପକ୍ଷୀ ସହିତ ଧକ୍କା ହୋଇଥିଲା। ଏହି କାରଣରୁ ଜରୁରୀକାଳୀନ ଅବତରଣ ହୋଇଥିଲା। ଏଭଳି ପରିସ୍ଥିତିରେ ବିମାନବନ୍ଦର ପ୍ରଶାସନ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଯାହା ଦ୍ୱାରା ଯେକୌଣସି ପରିସ୍ଥିତିର ମୁକାବିଲା ହୋଇପାରିବ।
ସମ୍ପୂର୍ଣ୍ଣ ଜରୁରୀକାଳୀନ ଘୋଷଣା ଶନିବାର ପୂର୍ବାହ୍ନ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ଜାରି ହୋଇଥିଲା। ବର୍ତ୍ତମାନ ଦିଲ୍ଲୀ ବିମାନ ବନ୍ଦରରେ ପରିସ୍ଥିତି ସ୍ୱାଭାବିକ ହୋଇଛି। ଫେଡେକ୍ସ କାର୍ଗୋ ବିମାନ ଶନିବାର ପୂର୍ବାହ୍ନ ୧୦ଟାରେ ଦିଲ୍ଲୀ ବିମାନବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହାର ଡାହାଣ ପାର୍ଶ୍ୱରେ ପକ୍ଷୀ ସହ ମାଡ଼ ହୋଇଥିଲା। କିଛି ସମୟ ପରେ ଏହା ଦିଲ୍ଲୀ ବିମାନବନ୍ଦରରେ ପୂର୍ବାହ୍ନ ୧୦ଟା ୪୬ ରେ ନିରାପଦରେ ଅବତରଣ କରିଥିଲା।
ପୂର୍ବରୁ ବିଭିନ୍ନ କାରଣରୁ ବିମାନର ଜରୁରୀ ଅବତରଣ ଅନେକ ଥର ଘଟିଛି। ଚଳିତ ବର୍ଷ ଜାନୁୟାରୀ ୪ ରେ, ଦିଲ୍ଲୀରୁ ପ୍ୟାରିସକୁ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନରେ ବିମାନ ତ୍ରୁଟି ଜଣାପଡ଼ିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିଲା।

ad-week
Leave A Reply

Your email address will not be published.