ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୮ ଆହତ…

add-all

ଭଦ୍ରକ: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ। ୮ ଜଣ ଆହତ।  ଏପରି ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଟାଉନ ଥାନା ଅଧିନସ୍ଥ କଲ୍ୟାଣୀ ହୋଟେଲ ସମୁଖରେ। ଗତ କାଲି ରାତିରେ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗୋଟିଏ ଯାତ୍ରୀବାହୀ ବସ ପ୍ରାୟ ୧୫/୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ତେବେ ବସଟିର ଦ୍ରୁତ ଗତି ଦେଖି ଯାତ୍ରୀ ମାନେ ଧୀରେ ଧୀରେ ବସ ଚଳାଇବାକୁ ଡ୍ରାଇଭରକୁ କହିଥିଲେ। ପରେ ଯାତ୍ରୀମାନେ ନିଦରେ ଶୋଇଥିଲେ। ତେବେ ଡ୍ରାଇଭର ବସଟିକୁ ଦ୍ରୁତ ଗତିରେ ଆଣି କଲ୍ୟାଣୀ ହୋଟେଲ ସମୁଖରେ ଛିଡା ହୋଇ ଥିବା ଗୋଟିଏ ଟ୍ରକକୁ ହଠାତ ଜୋରରେ ଧକ୍କା ଦେଇଥିଲା।  ଫଳରେ ବସରେ ଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିଲେ।

ବସଟିର ଆଗ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ଯୁବକ ମାନେ ବସ ଭିତରୁ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ତେବେ ଏହି ଯାତ୍ରୀମାନେ କଲିକତା ଅଭିମୁଖେ ଯାଉଥିଲେ।  ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି ।

ad-week
Leave A Reply

Your email address will not be published.