ଓକେସିଏଲ ପକ୍ଷରୁ ଦକ୍ଷତା ସହଯୋଗ କର୍ମଶାଳା

add-all

ଛତ୍ରପୁର : ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ଯାଳୟର ଜଉଗଡ ସମ୍ମିଳନୀ କକ୍ଷ ଠାରେ ରବିବାର ଦିନ ଓକେସିଏଲର ଗଞ୍ଜାମ ଓ ଗଜପତି ଜିଲ୍ଲା ସ୍ତରୀୟ ଦକ୍ଷତା ସହଯୋଗ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀ ସଚ୍ଚିଦାନନ୍ଦ ନାୟକ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ପାଠ୍ଯକ୍ରମ ପ୍ରଦାନ କରାଇବାକୁ ଅଗ୍ରାଧିକାର ଦେଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ଓକେସିଏଲ ପକ୍ଷରୁ ଡିଜିଟାଲ ଓଡ଼ିଶା ଗଠନ ପାଇଁ ପ୍ରଚଳିତ ବିଭିନ୍ନ ପାଠ୍ୟକ୍ରମ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ସଚେତନତା କରାଇବା ପାଇଁ

ଓକେସିଏଲ ପକ୍ଷରୁ ପ୍ରବର୍ତ୍ତିତ ଓଏସସିଆଇଟି ରଥକୁ ଉଭୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଓକେସିଏଲର ଗଜପତି ଜିଲ୍ଲାର ମୁଖ୍ଯ ଶ୍ରୀକାନ୍ତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓକେସିଏଲର ପ୍ରବନ୍ଧକ ଶୁଶାନ୍ତ ଜେ ଦାସ ଓ ଦେବାଶିଷ ସାହୁ ପରିଚାଳନା କରିଥିଲେ। ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୦ ଜଣ କେନ୍ଦ୍ରକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା*

ad-week
Leave A Reply

Your email address will not be published.