ପ୍ଲାନିଙ୍ଗ କୋଡିନେଟର ଆକାଉଟେଣ୍ଟ କର୍ମଚାରିଙ୍କୁ ଡେପୁଟେସନକୁ ବିରୋଧ କରି ଦାବିପତ୍ର ପ୍ରଦାନ…

add-all

ମାଲକାନଗିରି,୧।୪ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ପ୍ଲାନିଙ୍ଗ କୋଡିନେଟର, ଆକାଉଂଟେଂଟ ଷ୍ଟାଫ ମୁଖ୍ୟ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପା ସମଗ୍ର ଶିକ୍ଷା, ଓଡିଶାଙ୍କ ଆଦେଶ ମୁତାବକ ଏମ୍‌.ଆଇଏସ୍‌. ପ୍ଲାନିଙ୍ଗ କୋଡିନେଟର, ଆକାଉଂଟେଂଟ ମାନଙ୍କ ଅଦଳ ବଦଳ କିମ୍ବା ଡେପୁଟେସନ ନ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ନିୟମ ଉଲଂଘନ କରି ଏମାନଙ୍କୁ ଅଦଳବଦଳ ଓ ଡେପୁଟେସନ କରିଛନ୍ତିା ଯାହାକି ସମ୍ପୂର୍ଣ ନିୟମ ବିରୁଦ୍ଧା ଏଥିସହ ନ୍ୟାୟାଳୟ କଟକଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପା, ସମଗ୍ର ଶିକ୍ଷା ଓଡିଶାଙ୍କ ପତ୍ର ମୁତାବକ ଅଦଳ ବଦଳ ନକରିବାପାଇଁ ନିୟମ ରହିଥିଲା । କିନ୍ତୁ ବେଆଇନ ବାବେ ଏହି କର୍ମଚାରୀ ମାନଙ୍କୁ ଅଦଳ ବଦଳ ଓ ଡେପୁଟେସନ କରା ଯାଇଛିା ଏ ସମ୍ବନ୍ଧରେ ପୂର୍ବରୁ ମଧ୍ୟ ଡାକ ମାଧ୍ୟମରେ ସମସ୍ତ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀ ମାନଙ୍କୁ ଓ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ ଖାରଜ ନକରି ରିଲିଭ କରିବା ପାଇଁ ଚାପ ପକାଯାଉଥିବା ଏଥିରେ ଉଲ୍ଲେଖ ରହିଛି । ଯାହାଫଳରେ ଏହି ସ୍ୱଳ୍ପ ବେତନ ଧାରୀ କର୍ମଚାରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରକାଶ କରିବା ସହ ସରକାରୀ ନିୟମ ଅନୁଯାୟୀ ଡେପୁଟେସନ କରା ଯାଇଥିବା ଚିଠିକୁ ଖାରଜ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ଏହି ପତ୍ରରେ ଉଲ୍ଲେଖ ରହିଛିା ତେବେ ଏନେଇ ଆମେ ମାଲକାନଗିରି ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନସ ଜେନାଙ୍କୁ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ଏହା ସମ୍ଭବ ହୋଇ ପାରିନଥିଲା ।

ad-week
Leave A Reply

Your email address will not be published.