କାଳ ବୈଶାଖୀ ପ୍ରଭାବରେ ୩୩ କେଭି ତାର ଛିଣ୍ଡି ତିନି ବଳଦ ମୃତ…

add-all


ଦାରିଙ୍ଗବାଡ଼ି, ୨/୪, (ନିପ୍ର) ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତର କିରାମା ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ୩୩ କେଭି ବିଦ୍ୟୁତ ତାର ଛିଣ୍ଡି ୩ଟି ବଳଦର ମୃତ୍ୟୁ ଘଟିଛି। ମୃତ୍ୟୁ ବଳଦ ୩ଟି କିରାମା ଗ୍ରାମ ବାସୀ ବାବୁଲା କାର୍ଜୀଙ୍କ ଦୁଇଟି ବଳଦ ଓ ଅଶୋକ କାର୍ଜୀଙ୍କ ଗୋଟିଏ। ଏହି ଘଟଣା ଘଟିଛି କିରମା ଗ୍ରାମ ନିକଟ ନୂଆଗାଁ ମଶାଣି ନିକଟରେ। ଏନେଇଁ ସରପଞ୍ଚ ଚାନ୍ଦିନୀ ପ୍ରଧାନଙ୍କ ଜ୍ଞାତରେ କ୍ଷୟ କ୍ଷତି ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇ ଥିବା କହିଛନ୍ତି। ବ୍ରାହ୍ମଣୀଗାଁ ପ୍ରାଣୀ ସମ୍ପଦ କେନ୍ଦ୍ରରୁ ଘଟଣା ସ୍ଥଳରେ ପହଞ୍ଚି ମୃତ ୩ଟି ବଳଦର ବ୍ୟବଛେଦ କରାଯିବ କହିଥିବା ଜଣା ପଡ଼ିଛି। ଚାଷ ସମୟ ଆସି ଯାଇଥିବାରୁ କ୍ଷତି ଗ୍ରସ୍ତ ପରିବାର ଦୁଃଖରେ ଭାଙ୍ଗି ପଡିଥିବା କୁହାଯାଉଛି। ଏଣୁ ବିଦ୍ୟୁତ ବିଭାଗ ପକ୍ଷରୁ ଅତି ଶୀଘ୍ର କ୍ଷୟକ୍ଷତି ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.