ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଲେ ନର୍ଖିଆ

add-all

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଧୂଆଁଧାର ପେସ ବୋଲର ଏନ୍‌ରିକ ନର୍ଖିଆ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି। ଆଉ ସିଏ ଆସିବା ପରେ ଦିଲ୍ଲୀର ବୋଲିଂ ଅଧିକ ଘାତକ ହୋଇପାରେ ବୋଲି ଅନୁମାନ କରାଯାଉଛି | ଏନ୍‌ରିକ ନର୍ଖିଆଙ୍କ ସହ ଲୁଙ୍ଗି ଏନ୍‌ଗିଡି ମଧ୍ୟ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଲଖନଉ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଏହି ଦୁଇ ଖେଳାଳି ନଥିଲେ। ବାସ୍ତବରେ ସେହି ସମୟରେ ଦକ୍ଷିଣ ଆଫ୍ରିକାର ଅଧିକାଂଶ ଖେଳାଳି ନେଦରଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବ୍ୟସ୍ତ ଥିଲେ | ଏହି ଦୁଇ ଖେଳାଳିଙ୍କ ଯୋଗଦାନ ସହିତ ବର୍ତ୍ତମାନ ଦିଲ୍ଲୀର ବୋଲିଂ ଅଧିକ ଶକ୍ତିଶାଳୀ ହୋଇଛି। ଏନ୍‌ରିକ ନର୍ଖିଆ ତାଙ୍କର ପେସ ବୋଲିଂ ଏବଂ ଘାତକ ୟର୍କର ବୋଲିଂ ପାଇଁ ଜଣାଶୁଣା |
ଦିଲ୍ଲୀରେ ପହଞ୍ଚିବା ପରେ ଏନ୍‌ରିକ ନର୍ଖିଆ କହିଛନ୍ତି ଯେ, ‘ଦିଲ୍ଲୀବାସୀ ନର୍ଖିଆ ଆସିଗଲା’। ସେ କହିଛନ୍ତି, ‘ମୁଁ ଭାରତ ଆସି ପୁଣି ଦିଲ୍ଲୀ ଦଳରେ ଯୋଗ ଦେଇ ବହୁତ ଖୁସି’। ଉଲ୍ଲେଖ ଥାଉ କି ନେଦରଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ ଯୋଗୁଁ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନର୍ଖିଆ ଉପସ୍ଥିତ ହୋଇପାରିନଥିଲେ । ନର୍ଖିଆଙ୍କ ଭଳି ଦକ୍ଷିଣ ଆଫ୍ରିକାର ଅନ୍ୟତମ ଦ୍ରୁତ ବୋଲର ଲୁଙ୍ଗି ଏନ୍‌ଗିଡି ମଧ୍ୟ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି।

ଉଲ୍ଳେଖ ଥାଉ କି ଦିଲ୍ଲୀ ଦଳ ଲୁଙ୍ଗି ଏନ୍‌ଗିଡିଙ୍କୁ ଆଇପିଏଲ୍ ମିନି ନିଲାମ ୨୦୨୩ ପୂର୍ବରୁ ରିଟେନ କରାଇଥିଲା | ଆଇପିଏଲ୍ ୨୦୨୨ର ମେଗା ନିଲାମରେ ଦିଲ୍ଲୀ ଲୁଙ୍ଗି ଏନ୍‌ଗିଡିଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଗୁଜରାଟ ଟାଇଟନ୍ସ। କେନ୍‌ ୱିଲିୟମସନ୍‌ଙ୍କ ଆଣ୍ଠୁରେ ଗୁରୁତର ଆଘାତ ସତ୍ତ୍ବେ ଗୁଜରାଟ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। କିନ୍ତୁ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିବାରୁ ଏଥର ନୂଆ ରଣନୀତି ନେଇ ଖେଳିବାକୁ ଯିବ।

ad-week
Leave A Reply

Your email address will not be published.