ତେଜପୁର ବିମାନଘାଟିରୁ ପ୍ରଥମ କରି ଲଢୁଆ ବିମାନ ‘ସୁଖୋଇ-୩୦’ରେ ଉଡ଼ିଲେ ରାଷ୍ଟ୍ରପତି ମୁର୍ମୁ

add-all

ଗୌହାଟି: ଆଜି ଆସାମର ତେଜପୁରସ୍ଥିତ ବାୟୁସେନା ବିମାନଘାଟିରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ କରି ସ୍ବଳ୍ପ ସମୟ ପାଇଁ ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇଛନ୍ତି।

ତେଜପୁରସ୍ଥିତ ଭାରତୀୟ ବାୟୁସେନା ଘାଟିରୁ ଗ୍ରୁପ୍‌ କ୍ୟାପ୍ଟେନ୍‌ ନବୀନ କୁମାର ତିୱାରି ରାଷ୍ଟ୍ରପତି ମୁର୍ମୁଙ୍କୁ ଗୋଟାଏ ‘ସୁଖୋଇ-୩୦ ଏମ୍‌କେଆଇ’ ଲଢୁଆ ବିମାନରେ ବସାଇ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼‌ାଣ ଶେଷ ହେବା ପରେ ରାଷ୍ଟ୍ରପତି ମୁର୍ମୁ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍‌ ୬ ତାରିଖ ଦିନ ୩ ଦିନିଆ ଆସାମ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତେଜପୁର ବିମାନଘାଟିରେ ଏୟାର୍‌ ମାର୍ସାଲ୍‌ ଏସ୍‌. ପି. ଧାରକର, ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସ୍ବାଗତ ଜଣାଇଥିଲେ। ସେଠାରେ ତାଙ୍କୁ ‘ଗାର୍ଡ ଅଫ୍‌ ଅନର୍‌’ ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.